ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ଫାଟକ ନିକଟରେ ଆଜି ଏକ ଟ୍ରେନ ଧକ୍କାରେ ଜଣେ ମହିଳାଙ୍କ ଡାହାଣ ଗୋଡ଼ କଟିଯାଇଥିବା ଜଣାପଡ଼ିଛି। ମହିଳା ଜଣଙ୍କ ଝାରସୁଗୁଡ଼ାର ମାଳତୀ ଭୂୟାଁ (୫୨)। ସୂଚନା ଅନୁସାରେ ଶନିବାର ଅପରାହ୍ଣରେ ବେଲପାହାଡ଼ ଲେବୁଲ କ୍ରସିଂ ପାର ହେଉଥିବା ସମୟରେ ଏକ ଟ୍ରେନ ସହ ଧକ୍କା ହୋଇଥିଲା। ଫଳରେ ଉକ୍ତ ମହିଳାଙ୍କ ଡାହାଣ ଗୋଡ଼ କଟି ଯାଇଥିଲା।
ସେ ଗୁରୁତର ଅବସ୍ଥାରେ ରେଳ ଧାରଣା କଡରେ ପଡ଼ି ରହିଥିଲେ। ଏହା ଦେଖି ସ୍ଥାନୀୟ ଲୋକେ ବେଲପାହାଡ ପୁଲିସ ଓ ପୌର ଅଧିକାରୀଙ୍କୁ ଖବର ଦେଇଥିଲେ। ପରେ ପୁଲିସ ଓ ପୌର ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ଜଣାପଡ଼ିଛି।