ନୋଏଡା,ଏଜେନ୍ସି: ଓଡ଼ିଶାର ଜଣେ ୨୩ ବର୍ଷୀୟା ଯୁବତୀ ନୋଏଡାର ଏକ ହୋଟେଲର ୬ତାଲାରୁ ଡେଇଁ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଏ ନେଇ ପୁଲିସ ବୁଧବାର ଜଣେ ଯୁବକକୁ ଆତ୍ମହତ୍ୟା ପାଇଁ କୁପ୍ରରୋଚନା କରିଥିବା ଅଭିଯୋଗରେ ଗିରଫ କରିଛି।
ସୂଚନା ଅନୁସାରେ ନୋଏଡାର ସେକ୍ଟର ୪୯ରେ ଏକ ହୋଟେଲରେ ମଙ୍ଗବାର ସକାଳେ ୬ତାଲାରୁ ଜଣେ ମହିଳା ଡେଇଁ ପଡ଼ିଥିଲେ। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଯୁବକ ଜଣଙ୍କ ଦିଲ୍ଲୀର ଏକ ପ୍ରଇଭେଟ ଫାର୍ମରେ କାର୍ଯ କରୁଥିବା ବେଳେ ଉକ୍ତ ଯୁବତୀଙ୍କ ସହିତ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ତେବେ ଯୁବତୀ ଜଣଙ୍କ ଉକ୍ତ ଯୁବକକୁ ଦେଖା କରିବା ପାଇଁ ନୋଏଡା ଆସି ଏକ ହୋଟେଲରେ ରହିଥିଲେ। ପରେ ମହିଳା ଜଣଙ୍କ କୌଣସି କାରଣୁ ୬ତାଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି।
ତେବେ ଏହି ମାମଲାର ତଦନ୍ତ ଚାଲିଥିବା ବେଳେ ମହିଳାଙ୍କ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ପୁଲିସ ଉକ୍ତ ଯୁବକଙ୍କୁ ଗିରଫ କରି ପଚରାଉଚୁରା ଜାରି ରଖିଛି।