ଇନ୍ଦ୍ରାବତୀ ଜଳଭଣ୍ଡାରକୁ ଡ଼େଇଁ ମହିଳା ନିଖୋଜ

ନବରଙ୍ଗପୁର,ଏନ୍ଏନ୍ଏସ୍: ଇନ୍ଦ୍ରାବତୀ ଜଳ ଭଣ୍ଡାରରେ ସୋମବାର ପୂର୍ବାହ୍ଣରେ ଜଣେ ମହିଳା ଡେଇଁ ଆତ୍ମହତ୍ୟା କରିଥିବା ଜଣାଯାଇଛି। ମହିଳା ଜଣଙ୍କ ବାପଘରୁକୁ ଆସି ଡ୍ୟାମକୁ ଡ଼େଇଁପଡ଼ିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ ବଡ଼ ପଦର ଗ୍ରାମର ଜୟନ୍ତୀ ହରିଜନ ନାମକ ଜଣେ ୧୮ବର୍ଷର ମହିଳା ୮ ମାସ ତଳେ ଡୁମୁରିଗୁଡା ଗ୍ରାମର ଭୁବନ ହରିଜନ ନାମକ ଜଣେ ଯୁବକଙ୍କୁ ପ୍ରେମ ବିବାହ କରିଥିଲେ। ତେବେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବାବେଳେ ତାଙ୍କର ସନ୍ଧାନ ମିଳିପାରିନାହିିଁ। ଏ ନେଇ ପୁଲିସ ଓ ଓଡ୍ରାଫ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଖୋଜା ଖୋଜି କରୁଛି।