ମହିଳା ସ୍ୱାସ୍ଥ୍ୟକର୍ମୀ ସଂଘର ପ୍ରଥମ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର,୨୬।୮/ଏନ୍ଏନ୍ଏସ୍: ଜୟଦେବ ଭବନରେ ନିଖିଳ ଓଡ଼ିଶା ଅଣନିଯୁକ୍ତି ତାଲିମପ୍ରାପ୍ତ ମହିଳା ସ୍ଵାସ୍ଥ୍ୟକର୍ମୀ ସଂଘର ପ୍ରଥମ ପ୍ରତିଷ୍ଠା ଦିବସ ସୋମବାରପାଳିତ ହୋଇଯାଇଛି । ଏଥିରେ ରାଜ୍ୟର ୧୭ହଜାର ମହିଳା ସ୍ଵାସ୍ଥ୍ୟ କର୍ମଚାରୀଙ୍କ ସମସ୍ୟା ସମ୍ପର୍କରେ ଦାଵି ଉପସ୍ଥାପନା କରାଯାଇଥିଲା। ଏଥିରେ ୧୭ହଜାର କର୍ମଚାରୀଙ୍କୁ ସରକାର ନିଯୁକ୍ତି, ୨୦୦୬ରୁ ନିଯୁକ୍ତି ପାଇନଥିବା କର୍ମଚାରୀଙ୍କ ଚାକିରି ବୟସ କୋହଳ କରିବା, ଆଇପିଏସ୍ଏଚ୍ ନିୟମ ଅନୁଯାୟୀ ୧ହଜାର ଆଦିବାସୀ ଲୋକ ଥିଵା ପାହାଡ଼ିଆ ଅଞ୍ଚଳରେ ଓ ୨ହଜାର ଲୋକ ବିଶିଷ୍ଟ ଆଦିବାସୀ ଅଞ୍ଚଳରେ ଏଏନ୍ଏମଙ୍କୁ ନିଯୁକ୍ତି ଦିଆଯିବା ଓ ପ୍ରତି ଆବାସିକ ହଷ୍ଟେଲରେ ନିଯୁକ୍ତ ଦିଆଯିବାକୁ ଦାଵି ହୋଇଛି ।