ଇନ୍ଦିରା କଲୋନୀରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଧଉଳି ଥାନା ଅନ୍ତର୍ଗତ ଇନ୍ଦିରା କଲୋନୀରେ ଶନିବାର ରାତିରେ ଜଣେ ମହିଳାଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଯାଇଛି। ମୃତା ମହିଳାଙ୍କ ନାମ ଦୀପାଳି ପ୍ରିୟଦର୍ଶିନୀ ଜେନା। ତେବେ ଦୀପାଳି ଓକିଲାତି କରୁଥିବାବେଳେ ସେ ତାଙ୍କ ୨ଭଉଣୀ ଏବଂ ମାଆଙ୍କ ସହ ରହୁଥିଲେ।

ଗତକାଲି ତାଙ୍କ ମାଆ ନିଜ ଗାଁକୁ ଯାଇଥିଲେ। ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସିଲିଂରୁ ଝୁଲିଥିବା ଶବକୁ ଉଦ୍ଧାର କରି କ୍ୟାପିଟାଲ ହସ୍‌ପିଟାଲରେ ବ୍ୟବଚ୍ଛେଦ କରାଇଛି। ଏହା ହତ୍ୟା ବୋଲି ପରିବାର ଲୋକେ କହୁଛନ୍ତି।