ଲଦାଖ ସଙ୍କଟ: ମାର୍ଚ୍ଚ ୧୧ ରେ ଭାରତ ଏବଂ ଚୀନ୍ ମଧ୍ୟରେ ସାମରିକ କମାଣ୍ଡର ସ୍ତରୀୟ ଆଲୋଚନା

ନୂଆଦିଲ୍ଲୀ,ଏଜେନ୍ସି: ପୂର୍ବ ଲଦାଖରେ ଭାରତ ଓ ଚାଇନା ମଧ୍ୟରେ ଜାରି ରହିଥିବା ବିବାଦକୁ ନେଇ ଚଳିତ ମାସ ୧୧ ତାରିଖରେ ୧୫ ତମ ରାଉଣ୍ଡ ଆଲୋଚନା ଅନୁଷ୍ଠିତ ହେବ। ଏହି ନିଷ୍ପତି ଉଭୟ ପକ୍ଷ ନେଇଛନ୍ତି। ଏହି ବେଠକ ରତୀୟ ପାର୍ଶ୍ୱରେ ଥିବା ଚୁସୁଲ ମଲଡୋରେ ଅନୁଷ୍ଠିତ ହେବ।

ସୁତ୍ରରୁ ମିଳିଥିବା ଖବର ମୁତାବକ ଏପର‌୍ୟ୍ୟନ୍ତ ୧୪ ରାଉଣ୍ଡ ଆଲୋଚନା ପରେ ପାଙ୍ଗାଙ୍ଗ ସୋ, ଗାଲୱାନ ଏବଂ ପୂର୍ବ ଲଦାଖର ଗୋଗ୍ରା ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର କରିବା ପରେ ଲଦାଖର ଅନ୍ୟ ଅଞ୍ଚଳରେ ଉତ୍ତେଜନାକୁ ଶେଷ କରିବାକୁ ଉଭୟ ପକ୍ଷ ଚେଷ୍ଟା କରିବେ।

ଗତ ଦେଢ ବର୍ଷ ଧରି ଚାଇନା ଏବଂ ଭାରତ ମଧ୍ୟରେ ବିବାଦ ଜାରି ରହିଛି। ଏପର୍ଯ୍ୟନ୍ତ ୧୪ ଥର ବୈଠକ ହୋଇସାରିଥିଲେ ମଧ୍ୟ ବିବାଦର ସମାଧାନ ହୋଇପାରି ନାହିଁ। କର୍ପସ କମାଣ୍ଡରଙ୍କ ମଧ୍ୟରେ ଶେଷ ରାଉଣ୍ଡ ଆଲୋଚନା ଜାନୁଆରୀ ମାସରେ ହୋଇଥିଲା, କିନ୍ତୁ ଏଥିରୁ କୌଣସି ସଫଳତା ମିଳି ନଥିଲା। ତେବେ ଖୁବ ଶୀଘ୍ର ପୁନର୍ବାର ଆଲୋଚନା ହେବ ବୋଲି ଉଭୟ ପକ୍ଷ ମିଳିତ ବିବୃତ୍ତିରେ କହିଛନ୍ତି।