ଅକ୍ସିଜେନ ଅଭାବରୁ କୌଣସି ରୋଗୀଙ୍କ ମୃତ୍ୟୁ ହୋଇନି: ସ୍ୱାସ୍ଥ୍ୟ ମନ୍ତ୍ରାଳୟ

  • ନୂଆଦିଲ୍ଲୀ: କରୋନା କାଳରେ ଅକ୍ସିଜେନ ଅଭାବ ଯୋଗୁଁ ଅନେକ ଲୋକଙ୍କ ଜୀବନ ଚାଲି ଯାଇଥିବା ଖବର ସାମ୍ନାକୁ ଆସିଥିଲା। ତେବେ ରାଜ୍ୟସଭାରେ କରୋନା କାଳରେ ଅକ୍ସିଜେନ ଅଭାବ ହେତୁ ଜଣେ ବି ରୋଗୀଙ୍କ ମୃତ୍ୟୁ ହୋଇ ନଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
    କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତି ଜାରି କରି କୁହାଯାଇଛି, ସ୍ୱାସ୍ଥ୍ୟ ରାଜ୍ୟ ସରକାରଙ୍କ ବିଷୟ। ବିସ୍ତୃତ ନିୟମାବଳୀ ଅନୁଯାୟୀ କରୋନା ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ନିୟମିତ ପ୍ରଦାନ କରିଥାନ୍ତି। ତେବେ ଏଯାବତ ରାଜ୍ୟ ସରକାର ବା କେନ୍ଦ୍ର ଶାସିତ ଅଞ୍ଚଳ ଅକ୍ସିଜେନ କମ ହେତୁ କୌଣସି ରୋଗୀଙ୍କ ମୃତ୍ୟୁ ହୋଇଥିବା ଦର୍ଶାଇ ନାହାନ୍ତି।