ଗଛପଡ଼ି ଜଣେ ଶ୍ରମିକ ମୃତ୍ୟୁ , ୨ଗୁରୁତର

ରାଉରକେଲା, ଏନ୍ଏନ୍ଏସ୍ : ଦୋକାନରେ ବସି ଚାହା ପିଉଥିବା ବେଳେ ଉପରେ ପଡ଼ିଲା ଗଛ। ଫଳରେ ଜଣେ ଶ୍ରମିକର ମୃତ୍ୟୁ ଘଟିଥିବାବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଏମିତି ଏକ ମର୍ମନ୍ତୁତ ସଡ଼କ ଦୁର୍ଘଟଣା ରାଉରକେଲା ହକି ଛକ ନିକଟରେ ଘଟିଛି। ମୃତକଙ୍କ ନାମ ରାଜକୁମାର କିଷାନ।
ସୂଚନା ଅନୁଯାୟୀ, ରାଜକୁମାର ଏକ କମ୍ଫାନୀରେ କାମ କରନ୍ତି। ତାଙ୍କ ସହକର୍ମୀଙ୍କ ସହ ମିଶି ଚାହା ପିଉଥିଲେ। ଠିକ୍ ଏହି ସମୟରେ ଝଡ଼ବର୍ଷା ହେବାରୁ ପାଖରେ ଥିବା କୃଷ୍ଣଚୂଡ଼ା ଗଛଟି ଭାଙ୍ଗି ତାଙ୍କ ଉପରେ ପଡ଼ିଯାଇଥିଲା। ଫଳରେ ଘଟଣାସ୍ଥଳରେ ରାଜକୁମାରଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଦୁଇଜଣ ସହକର୍ମୀ ସାମନ୍ୟ ଆହତ ହୋଇଥିଲେ ମଧ୍ୟ ସ୍ଥାନୀୟ ଲୋକେ ସେମାନଙ୍କୁ ପାଖରେ ଥିବା ଡାକ୍ତଖାନାକୁ ନେଇଯାଇଥିଲେ। ବର୍ତମାନ ସେମାନଙ୍କର ଅବସ୍ଥା ଠିକ୍ ଅଛି ବୋଲି ସୂଚନା ମିଳିଛି।