କେୱାଇସି ନିୟମ ପରିବର୍ତ୍ତନ କଲା ‘ଟ୍ରାଇ’

ନୂଆଦିଲ୍ଲୀ,ଏଜେନ୍ସି: ଭାରତୀୟ ଟେଲିକମ୍ ନିୟାମକ ସଂସ୍ଥା(ଟ୍ରାଇ) ପକ୍ଷରୁ ଏକ ବଡ ପରିବର୍ତ୍ତନ ସମ୍ପର୍କରେ ଘୋଷଣା କରାଯାଇଛି। ଗ୍ରାହକଙ୍କ ନିକଟକୁ ଯେଉଁ ନମ୍ବରରୁ କଲ୍ ଆସୁଛି ତାହା କିଏ ବ୍ୟବହାର କରୁଛନ୍ତି ଏହାର ସୂଚନା ମୋବାଇଲ୍ ସ୍କ୍ରିନରେ ଦେଖାଯିବ। ପୂର୍ବରୁ ଟ୍ରୁ କଲର୍ ପରି କିଛି ଆପ୍‌ରେ ଏହି ସୂଚନା ମିଳୁଥିଲା। ତେବେ ଏହି ନୂତନ ବ୍ୟବସ୍ଥା ଲାଗୁ କରାଯିବା ପରେ ସିମ୍ କିଣା ଯାଇଥିବା ସମୟରେ ଦାଖଲ କରାଯାଇଥିବା କେୱାଇସି ଡିଟେଲ୍ସ ରିସିଭରଙ୍କ ଫୋନ୍‌ରେ ଦେଖାଯିବ।

ଏ ନେଇ ଡିପାର୍ଟମେଣ୍ଟ ଅଫ୍ ଟେଲିକମ୍ୟୁନିକେସନ୍ ପକ୍ଷରୁ ଟ୍ରାଇକୁ ନିର୍ଦ୍ଦେଶ ଦିଆଯାଇଛି। ଡିଓଟି ପକ୍ଷରୁ ମିଳିଥିବା ପ୍ରସ୍ତାବ ଉପରେ ବିଚାର ବର୍ତ୍ତମାନ ବିଚାର ବିମର୍ଶ ଜାରି ରହିଛି ବୋଲି କହିଛନ୍ତି ଟ୍ରାଇ ଚେୟାରମ୍ୟାନ୍ ପି ଡି ବାଘେଲା। ଆସନ୍ତା କିଛି ମାସ ମଧ୍ୟରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବ ବୋଲି ସେ କହିଛନ୍ତି। ଟ୍ରାଇ ମଧ୍ୟ ସମାନ ବ୍ୟବସ୍ଥା ଉପରେ କାର୍ଯ୍ୟ କରିବା ପାଇଁ ଚିନ୍ତ କରୁଥିଲା। ମାତ୍ର ଟେଲିକମ୍ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯିବା ପରେ ଏହାକୁ ତୁରନ୍ତ କାର୍ଯ୍ୟ କରିବା ଆମର ପ୍ରାଥମିକତା ବୋଲି କହିଛନ୍ତି ବାଘେଲା।

ତେବେ ଏହି କେୱାଇସି ଅପଡେଟ୍‌କୁ ଅନ୍ୟ ବ୍ୟବହାର କରାଯିବାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯେଉଁ ତଥ୍ୟ ସେୟାର କରାଯିବ ତାହା ଗ୍ରାହକ ମାନଙ୍କ ଠାରୁ ଅନୁମତି ନେଇ ଶେୟାର କରାଯିବ କି ନାଁ ସେ ସମ୍ପର୍କରେ ଟ୍ରାଇ ପକ୍ଷରୁ କୌଣସି ସ୍ପଷ୍ଟୋକ୍ତି ପ୍ରଦାନ କରାଯାଇନାହିଁ। ସେହିପରି ସ୍ପାମ୍ କଲ୍ ଗୁଡିକର ନିର୍ଦ୍ଧାରଣ କରିବା ପାଇଁ ଟ୍ରାଇ ପକ୍ଷରୁ ଅନସଲିସିଟେଡ୍ କମର୍ସିଆଲ୍ କମ୍ୟୁନିକେସନ୍ ନାମକ ଏକ ବ୍ଲକ୍ ଚେନ୍ ଆରମ୍ଭ କରାଯାଇଛି। ଟ୍ରାଇ ପକ୍ଷରୁ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ବିଭିନ୍ନ ସ୍ପାମ୍ କଲରୁ ଗ୍ରାହକଙ୍କୁ ନିସ୍ତାର ମିଳିବ ବୋଲି ବାଘେଲା ପ୍ରକାଶ କରିଛନ୍ତି।