ଜିଲ୍ଲାପାଳଙ୍କ ବାଲିମେଳା ଗସ୍ତ, ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ

କୋରୁକୋଣ୍ଡା,ଏନ୍ଏନ୍ଏସ୍: ଆଜି ମାଲକାନଗିରି ଜିଲ୍ଲାପାଳ ୟେଦୁଲ୍ଲା ବିଜୟ ଜିଲ୍ଲାର ସମସ୍ତ ଉଚ୍ଚ ବିଦ୍ୟାଳୟ ଗୁଡିକ ଗସ୍ତକରି ସଫେଇ ଓ ସାନିଟାଇଜେସନ ଉପରେ ଗୁରୁତ୍ୱ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ଆଜି ବାଲିମେଳା ଏନଏସିର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ସରକାରୀ ଉଚ୍ଚ ବିଦ୍ୟାଳୟ ସମେତ ଅନ୍ୟ ବିଦ୍ୟାଳୟ ଗୁଡିକ ପରିଦର୍ଶନ କରି ଶ୍ରେଣୀ ଗୃହ ଗୁଡିକ ବୁଲି ଦେଖିଥିଲେ।

ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ସହିତ ଆଲୋଚନା କରି ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ଆସିବା ପରେ ଯେଉଁ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅନ୍ୟ କର୍ମଚାରୀ ପିଲାଙ୍କ ସହିତ ସଂସ୍ପର୍ଶରେ ଆସିବେ, ସେମାନଙ୍କର ଆଣ୍ଟିଜେନ ଟେଷ୍ଟ କରିବା ସହିତ ଯଦି କେହି ପଜେଟିଭ ଆସନ୍ତି ତାହେଲେ ସେମାନଙ୍କୁ ସଂଗରୋଧରେ ରଖାଯିବ ବୋଲି ନିର୍ଦ୍ଦେଶ ଦେଇଥିଲେ। ତତସହିତ ସମସ୍ତ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀ ଅନ୍ୟାନ୍ୟ କର୍ମଚାରୀଙ୍କ ସମ୍ପୂର୍ଣ ବିବରଣୀ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ପ୍ରଦାନ କରିବାପାଇଁ ବିଡ଼ିଓ ଅଂଶୁମାନ ମହାପାତ୍ରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାପାଳଙ୍କ ଏହି ଗସ୍ତବେଳେ କୋରୁକୋଣ୍ଡା ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ପଡ଼ିଆମୀ , ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ କୃଷ୍ଣଚନ୍ଦ୍ର ରଥ ଉପସ୍ଥିତ ଥିଲେ।