ନୂଆଦିଲ୍ଲୀ: କବି ତଥା ଆମ ଆଦମି ପାର୍ଟିର ପୂର୍ବତନ ନେତା କୁମାର ବିଶ୍ୱାସଙ୍କୁ କେନ୍ଦ୍ର ସରକାର ସିଆରପିଏଫ ସୁରକ୍ଷା ସହ Y ଶ୍ରେଣୀର ସିକ୍ୟୁରିଟି ପ୍ରଦାନ କରିଛନ୍ତି । ଫଳରେ କୁମାର ବିଶ୍ୱାସ ଏବେ ସିଆରପିଏଫ ସୁରକ୍ଷା ବଳୟ ମଧ୍ୟରେ ରହିବେ ।
କୁମାର ବିଶ୍ୱାସ ନିଜ ବୟାନ ଯୋଗୁ ଖଲିସ୍ତାନ ସମର୍ଥକଙ୍କ ଟାର୍ଗେଟରେ ରହିଛନ୍ତି । ଆଉ ତାଙ୍କୁ ଲଗାତାର ଭାବେ ଧମକ ମିଳୁଛି । କୁମାର ବିଶ୍ୱାସଙ୍କ ଜୀବନ ପ୍ରତି ବିପଦ ଥିବାରୁ ତାଙ୍କୁ ସୁରକ୍ଷା ପ୍ରଦାନ କରାଯାଇଛି ।