ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡା ଜିଲ୍ଲା ଲଇକେରା ବ୍ଲକ କୁଲେମୁରା ଗ୍ରାମରେ କରୋନା ପଜିଟିଭ ଚିହ୍ନଟ ହେବାପରେ ଉକ୍ତ ଗ୍ରାମକୁ ୧୯ ତାରିଖ ସକାଳ ୭ଟାରୁ ୨୨ ତାରିଖ ସକାଳ ୭ଟା ଯାଏଁ ସରପଞ୍ଚ ନଳୀନି ନାଏକ ସଟଡାଉନ ଘୋଷଣା କରିଛନ୍ତି। ୩ ଦିନ ପଞ୍ଚାୟତରେ ସମସ୍ତ ଦୋକନ ବଜାର ଓ ଲୋକଙ୍କ ଯାତାୟାତ ବନ୍ଦ ରହିବ। କେବଳ ଔଷଧ ଦୋକାନ ଖୋଲା ରଖିବାର ଅନୁମତି ଦିଆଯାଇଥିବାବେଳେ ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବାର ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି ।