କୁଳମଣିଙ୍କ ଦ୍ୱାଦଶାହରେ ଯୋଗଦେଲେ ବୈଜୟନ୍ତ

କୁଆଁପାଳ,ଏନ୍ଏନ୍ଏସ୍: ମାହାଙ୍ଗାର ନୃତାଙ୍ଗ ଠାରେ କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କ ଦ୍ୱାଦଶାହ ତିଥିରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ବିଜେପି ଉପାଧ୍ୟକ୍ଷ ତଥା ରାଷ୍ଟ୍ରୀୟ ପ୍ରବକ୍ତା ବୈଜୟନ୍ତ ପଣ୍ଡା ଯୋଗଦେଇ ଥିଲେ। କୁଳମଣି ବରାଳଙ୍କ ଦଳପାଇଁ ତ୍ୟାଗ କେବେ ବ୍ୟର୍ଥ ଯିବନାହିଁ ବୋଲି କହିବା ସହିତ ରାଜ୍ୟରେ ଶିଶୁ ଓ ମହିଳାମାନଙ୍କ ଉପରେ ଅତ୍ୟାଚାର ବଢୁଥିଲା ବଳେ ଶାସକଦଳ ଚୁପ ହୋଇ ବସିଥିବା କହିଛନ୍ତି। ଏପରିକି କୁଳମଣି ବରାଳଙ୍କ ଜୀବନପ୍ରତି ବିପଦ ଥିବା ସେ ମୁଖ୍ୟମନ୍ତ୍ରୀ ଓ ପୁଲିସ ବିଭାଗକୁ ଜଣାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା ବୋଲି କହିଥିଲେ। ଦିଲ୍ଲୀପ ମଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ କଟକ ଜିଲ୍ଲା ବିଜେପି ସଭାପତି ପ୍ରକାଶ ବେହେରା, ରାଜ୍ୟ ସଭାପତି ସମିର ମହାନ୍ତି, ଗୋଲୋକ ମହାପାତ୍ର, ଶାରଦା ପ୍ରଧାନ, ଚୌ. ପ୍ରଭାତ କେଶରୀ ମିଶ୍ର, ନ୍ୟାୟବ୍ରତ ରାଉତ, ଶୁଶାନ୍ତ ମଲିକ, ପବିତ୍ର ପରିଡା, ଚୌ. ହେମନ୍ତ କୁମାର ସାହୁ ପ୍ରମୁଖ ଯୋଗଦେଇ ଥିଲେ।