ବିଜେପିରେ ମିଶିଲେ ବିଜେଡି କୃଷ୍ଣପ୍ରସାଦ ବ୍ଲକ ଅଧ୍ୟକ୍ଷା

ଭୁବନେଶ୍ୱର : ବିଜେପିରେ ମିଶିଲେ ବିଜେଡି କୃଷ୍ଣପ୍ରସାଦ ବ୍ଲକ ଅଧ୍ୟକ୍ଷା ସୌଦାମିନୀ ମାନସିଂହ । ଆଜି ବିଜେପି ରାଜ୍ୟ କାର୍ୟ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସେ ବିଜେପିରେ ଯୋଗ ଦେଇଛନ୍ତି । ଏହି ମିଶ୍ରଣ କାର୍ୟ୍ୟକ୍ରମରେ ବିଜେପି ଉପ ସଭାପତି ସମୀର ମହାନ୍ତି, ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର, ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡା, ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ମହାପାତ୍ର ଓ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଦର୍ଶ ଓ ବିଧାୟକ ଲଳିତେନ୍ଦୁ ମହାପାତ୍ରଙ୍କ ଉତ୍ତମ କାର୍ୟ୍ୟରେ ଅନୁପ୍ରାଣିତ ହୋଇ ସେ ବିଜେପିରେ ଯୋଗ ଦେଇଛନ୍ତି ବୋଲି ବ୍ଲକ ଅଧକ୍ଷ୍ୟା ସୌଦାମିନୀ ମାନସିଂହ କହିଛନ୍ତି ।