ଭାରତୀୟ ଜଳ ପ୍ରବନ୍ଧନ ସଂସ୍ଥାର ୫ ଜଣିଆ ବୈଜ୍ଞାନିକ ଟିମ୍ କେବିକେ ପରିଦର୍ଶନ

କେନ୍ଦ୍ରାପଡ଼ା, ୧୧ା୯/ଏନ୍ଏନ୍ଏସ୍ ଭାରତୀୟ ଜଳ ପ୍ରବନ୍ଧନ ସଂସ୍ଥାର ଏକ ୫ ଜଣିଆ ଟିମ୍ କେନ୍ଦ୍ରାପଡ଼ାରେ ପହଞ୍ଚି କୃଷି ବିଜ୍ଞାନ କେନ୍ଦ୍ର ପରିଦର୍ଶନ କରିଛନ୍ତି। କେନ୍ଦ୍ରାପଡ଼ା ବ୍ଲକ ଅଧିନ ଜଜାଙ୍ଗଠାରେ ଥିବା କୃଷି ବିଜ୍ଞାନ କେନ୍ଦ୍ରରେ ବୁଧବାର ଅପରାହ୍ଣରେ ଏହି ଟିମ୍ ପହଞ୍ଚିବା ସହ ଜଳ ଶକ୍ତି ଅଭିଯାନ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିବା ସହିତ ଅନ୍ୟ କାର୍ଯ୍ୟକ୍ରମ ଉପରେ ତଦାରଖ କରିଥିଲେ।

ଜଳ ପ୍ରବନ୍ଧନ ସଂସ୍ଥାର ମୁଖ୍ୟ ପ୍ରବନ୍ଧକ ଡଃ. ଆର୍.କେ. ପଣ୍ଡାଙ୍କ ନେତୃତ୍ୱରେ ଡଃ. ସୁଶାନ୍ତ କୁମାର ଜେନା, ଡକ୍ଟର ପି.ଏସ୍ ବ୍ରହ୍ମାନନ୍ଦ, ରାନୁରାଣୀ ସେଠୀ, ଅଶୋକ କୁମାର ନାୟକ ପ୍ରମୁଖ କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ ଡଃ. ସୂର୍ଯ୍ୟନାରାୟଣ ମିଶ୍ରଙ୍କ ସହ ଆଲୋଚନା କରିଥିଲେ। ଏଥିରେ ପ୍ରଭଞ୍ଜନ ମିଶ୍ର, ରାଜେଶ କୁମାର ମହାପାତ୍ର ପ୍ରମୁଖ କେବିକେର କର୍ମକର୍ତ୍ତାମାନେ ସହାୟତା କରିଥିଲେ। ଜିଲ୍ଲାରେ ତଥା ରାଜ୍ୟରେ କୃଷି ବିକାଶ କ୍ଷେତ୍ରରେ ବୈଜ୍ଞାନିକମାନେ ମତ ଉପସ୍ଥାପନ କରିବା ସହ ସ୍ଥାନୀୟ ଅଞ୍ଚଳରେ କୃଷି ସମସ୍ୟା ସମ୍ପର୍କରେ ବୁଝିଥିଲେ।