ଏଥର ଗଣତନ୍ତ୍ର ଦିବସ ପ୍ରଜ୍ଞାପନ ମେଢରେ ଶୋଭା ପାଇବ କୋଭିଡ୍ ଟିକା ଓ ଅଯୋଧ୍ୟା ରାମ ମନ୍ଦିର

ନୂଆଦିଲ୍ଲୀ,ଏଜେନ୍ସି: କରୋନା କଟକଣା ମଧ୍ୟରେ ଚଳିତ ବର୍ଷ ଗଣତନ୍ତ୍ର ଦିବସ ପାଳନ ହେବାକୁ ଯାଉଛି ଏଥିପାଇଁ ବ୍ୟାପକ ପ୍ରସ୍ତୁତି ମଧ୍ୟ ହୋଇସାରିଲାଣି। ଗତବର୍ଷ ଅନେକ ବଡ ବଡ ଘଟଣା ଘଟିଥିବାରୁ ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ପ୍ରଜ୍ଞାପନ ମେଢ ଉପରେ ସମସ୍ତଙ୍କ ନଜର ରହିଛି। ଗତ ବର୍ଷ ରାଫେଲ୍ ଭାରତୀୟ ସେନା ବାହିନୀରେ ଯୋଗ ଦେଇଥିଲା, କରୋନା ମହାମାରୀ ସାରା ବିଶ୍ୱରେ ତାଣ୍ଡବ ରଚିଥିଲା ଓ ବହୁ ଚର୍ଚ୍ଚିତ ରାମ ଜନ୍ମ ଭୂମିରେ ରାମ ମନ୍ଦିର ନିର୍ମାଣ ପାଇଁ ରାୟ ଆସିଥିଲା।

ଏସବୁକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଗଣତନ୍ତ୍ର ଦିବସରେ କୋଭିଡ୍ ଟିକା ଓ ଅଯୋଧ୍ୟା ରାମ ମନ୍ଦିରର ପ୍ରଜ୍ଞାପନ ମେଢ ଶୋଭା ପାଇବାକୁ ଯାଉଛି। ରାଜଧାନୀ ରାଜ ରାସ୍ତାରେ ଅଯୋଧ୍ୟା ରାମ ମନ୍ଦିର ନିର୍ମାଣର ସମସ୍ତ ଘଟଣାକ୍ରମ ସହିତ କରୋନା ଟିକାର ସମସ୍ତ ପ୍ରକ୍ରିୟାକୁ ପ୍ରଦର୍ଶିତ କରାଯିବ। ତେବେ ଚଳିତ ବର୍ଷ ୧୮ ଟି ପ୍ରଜ୍ଞାପନ ମେଢ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଦିଲ୍ଲୀ ରାଜ ରାସ୍ତାରେ ଶୋଭା ପାଇବ।