ଭୁବନେଶ୍ବର: ରେଳ ଷ୍ଟେସନ୍ରେ ଟ୍ରେନ୍ ବଗିରେ ହେବ କୋଭିଡ୍ ହସ୍ପିଟାଲ। ଏନେଇ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ। ସାରା ଦେଶରେ ୨୧୫ଟି ଷ୍ଟେସନ୍କୁ ଏଥିପାଇଁ ଚିହ୍ନଟ କରାଯାଇଛି। ଏଥିରେ ରହିଛି ଓଡ଼ିଶାର ୯ଟି ରେଳ ଷ୍ଟେସନ। ଖୋର୍ଦ୍ଧା, ଭୁବନେଶ୍ୱର, ସମ୍ବଲପୁର, ଟିଟଲାଗଡ଼, କଣ୍ଟାବାଞ୍ଜି, ରାୟଗଡ଼ା, କୋରାପୁଟ, ଝାରସୁଗୁଡ଼ା ଓ ରାଉରକେଲା ଷ୍ଟେସନ୍ ରହିଛି। ଭୁବନେଶ୍ୱର ଓ ଖୋର୍ଦ୍ଧା ଷ୍ଟେସନ୍ରେ ରେଲେଓ୍ଵର ସ୍ୱାସ୍ଥ୍ୟ କର୍ମଚାରୀ ରହିବେ।