କୁଟିଆ କୁଈ କଳା ପରିଷଦ ପକ୍ଷରୁ ସଚେତନତା

କୋଟଗଡ଼,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ୍ ବାନ୍ଦାକା ଅଞ୍ଚଳର କୁଟିଆ କୁଈ କଳା ପରିଷଦ ପକ୍ଷରୁ ଡେଙ୍ଗୁଡା ଗ୍ରାମ ଏବଂ ଆଖପାଖ ଅଞ୍ଚଳରେ ଲୋକଙ୍କୁ ଅନ୍ଧବିଶ୍ୱାସ, କୁସଂସ୍କାରକୁ ଦୁର କରିବା ସହିତ ସ୍ୱାସ୍ଥ୍ୟ, ଶିକ୍ଷା, ଗମନା ଗମନ, କୃଷି, ପାନୀୟଜଳ ଏବଂ ସ୍ୱଚ୍ଛତା ବିଷୟରେ ସଚେତନ କରାଯାଇଛି। ସମାଜସେବୀ ବୁଲୁ ଦିଗାଲଙ୍କ ନେତୃତ୍ୱରେ ରଞ୍ଜନ ମଝିଆ ସେଠ୍, ରମେଶ ମାଝୀ, ପପୁ ମାଝୀ, ବର୍ଷା ମାଝୀ, ସୁକାନ୍ତୀ ମାଝୀ, ଯକ୍ଷ ମଲ୍ଲିକ ଏବଂ ଭଗବତୀ ହିଏଲଙ୍କ ସମେତ ଅଞ୍ଚଳର ବହୁ ଲୋକଙ୍କୁ ସଚେତନ କରାଯାଇଥିଲା। ଏହାସହ ସେହି ଅଞ୍ଚଳରେ ଥିବା ଆବର୍ଜନା ସମେତ ଡ୍ରେନ୍ ସବୁକୁ ସଫା କରାଯାଇଥିଲା ।