ଆଜି କୋଟିଆରେ ପଂଚାୟତ ନିର୍ବାଚନ

ଆଜି  କୋଟିଆ ସମେତ ଆନ୍ଧ୍ର ପ୍ରଦେଶରେ ପଞ୍ଚାୟତ ନିର୍ବାଚନ ।  ଏପ୍ରିଲ ୮ ତାରିଖରେ ରାଜ୍ୟର ବିଭିନ୍ନ ସ୍ଥାନରେ ପଞ୍ଚାୟତ ନିର୍ବାଚନ କରାଇବା  ଆନ୍ଧ୍ର ସରକାର ବିଜ୍ଞପ୍ତି ଜାରି କରିଥିଲେ। ହେଲେ ଏହା ସମ୍ପୂର୍ଣ୍ଣ ବେଆଇନ ଦର୍ଶାଇ ମଙ୍ଗଳବାର ଆନ୍ଧ୍ର ହାଇକୋର୍ଟ ନିର୍ବାଚନ ଉପରେ ରୋକ ଲଗାଇଥିଲେ। ହେଲେ ବୁଧବାର ଆନ୍ଧ୍ର ପ୍ରଦେଶ ସରକାର ପୁଣି ଏକ ଯାଚିକା ହାଇକୋର୍ଟରେ ଦାଖଲ କରିଥିଲେ। ଆନ୍ଧ୍ର ସରକାରଙ୍କ ଆଡଭୋକେଟ ଜେନେରାଲ ପଞ୍ଚାୟତ ନିର୍ବାଚନ ସପକ୍ଷରେ ଯୁକ୍ତି ଦର୍ଶାଇଥିଲେ। ହାଇକୋର୍ଟର ଏକ ୩ ଜଣିଆ ଖଣ୍ଡପୀଠ ଏହି ଯାଚିକାର ଶୁଣାଣି କରିଥିଲେ। ଆନ୍ଧ୍ର ସରକାରଙ୍କ ଯୁକ୍ତି ଶୁଣିଲା ପରେ ପୂର୍ବରୁ ଜାରି ହୋଇଥିବା ସ୍ଥଗିତାଦେଶକୁ ଖଣ୍ଡପୀଠ ଉଠାଇ ଦେଇଛନ୍ତି। ତେଣୁ ଆସନ୍ତାକାଲି ଆନ୍ଧ୍ର ପ୍ରଦେଶରେ ପଞ୍ଚାୟତ ନିର୍ବାଚନ ହେବା ନିଶ୍ଚିତ ହୋଇଯାଇଛି।