ଆସନ୍ତାକାଲି କୋଟିଆରେ ଆନ୍ଧ୍ର କରିବ ନିର୍ବାଚନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆସନ୍ତାକାଲି କୋଟିଆ ସମେତ ଆନ୍ଧ୍ର ପ୍ରଦେଶରେ ପଞ୍ଚାୟତ ନିର୍ବାଚନ ହେବ। ଆନ୍ଧ୍ର ପ୍ରଦେଶ ସରକାରଙ୍କ ପଞ୍ଚାୟତ ନିର୍ବାଚନ ବିଜ୍ଞପ୍ତି ଉପରେ ଆନ୍ଧ୍ର ହାଇକୋର୍ଟ ଗତକାଲି ଲଗାଇଥିବା ସ୍ଥଗିତାଦେଶକୁ ଆଜି ଉଠାଇ ନେଇଛନ୍ତି। ଏପ୍ରିଲ ୮ ତାରିଖରେ ରାଜ୍ୟର ବିଭିନ୍ନ ସ୍ଥାନରେ ପଞ୍ଚାୟତ ନିର୍ବାଚନ କରାଇବା ନେଇ ଗତ ୧ରେ ଆନ୍ଧ୍ର ସରକାର ବିଜ୍ଞପ୍ତି ଜାରି କରିଥିଲେ। ହେଲେ ଏହା ସମ୍ପୂର୍ଣ୍ଣ ବେଆଇନ ଦର୍ଶାଇ ଗତକାଲି ଆନ୍ଧ୍ର ହାଇକୋର୍ଟ ନିର୍ବାଚନ ଉପରେ ରୋକ ଲଗାଇଥିଲେ। ହେଲେ ଆଜି ଆନ୍ଧ୍ର ପ୍ରଦେଶ ସରକାର ଆଜି ପୁଣି ଏକ ଯାଚିକା ହାଇକୋର୍ଟରେ ଦାଖଲ କରିଥିଲେ। ଆନ୍ଧ୍ର ସରକାରଙ୍କ ଆଡଭୋକେଟ ଜେନେରାଲ ପଞ୍ଚାୟତ ନିର୍ବାଚନ ସପକ୍ଷରେ ଯୁକ୍ତି ଦର୍ଶାଇଥିଲେ। ହାଇକୋର୍ଟର ଏକ ୩ ଜଣିଆ ଖଣ୍ଡପୀଠ ଏହି ଯାଚିକାର ଶୁଣାଣି କରିଥିଲେ। ଆନ୍ଧ୍ର ସରକାରଙ୍କ ଯୁକ୍ତି ଶୁଣିଲା ପରେ ପୂର୍ବରୁ ଜାରି ହୋଇଥିବା ସ୍ଥଗିତାଦେଶକୁ ଖଣ୍ଡପୀଠ ଉଠାଇ ଦେଇଛନ୍ତି। ତେଣୁ ଆସନ୍ତାକାଲି ଆନ୍ଧ୍ର ପ୍ରଦେଶରେ ପଞ୍ଚାୟତ ନିର୍ବାଚନ ହେବା ନିଶ୍ଚିତ ହୋଇଯାଇଛି।