କୋଟାରୁ ପୁଣି ୨୭ ଜଣ ଛାତ୍ରଛାତ୍ରୀ ଝାରସୁଗୁଡା ଫେରୁଛନ୍ତି

ଝାରସୁଗୁଡା,ଏନ୍ଏନ୍ଏସ୍ : ଲଡକାଉନ ଯୋଗୁଁ ରାଜସ୍ଥାନର କୋଟାରେ ଫସି ରହଥିବା ଝାରସୁଗୁଡାର ଆହୁରୀ ୨୭ ଜଣ ଛାତ୍ରଛାତ୍ରୀଙ୍କ ସୋମାବାର ସକାଳ ୧୦ଟା ୩୦ରେ ଏକ ସ୍ୱତନ୍ତ୍ର ବସ ଯୋଗେ ଝାରସୁଗୁଡା ଅଭିମୁଖେ ବାହାରିଛନ୍ତି। ସେମାନେ ମଙ୍ଗଳବାର ଅପରାହ୍ଣରେ ଝାରସୁଗୁଡା ପହଂଚିବେ ବୋଲି ଜଣା ପଡିଛି। ଛାତ୍ରଛାତ୍ରୀମାନଙ୍କୁ ଘରକୁ ଫେରାଇ ଆଣିବା ପାଇଁ ଉଭୟ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକୀୟ ଅନୁମତି ନିଆଯାଇଛି। ତେବେ ଏହି ଛାତ୍ରଛାତ୍ରୀ ଝାରସୁଗୁଡା ପହଂଚିବା ପରେ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହିତ ହୋମ କ୍ୱାରେଣ୍ଟାଇନ କିମ୍ବା ଇନଷ୍ଟିଚ୍ୟୁସନାଲ କ୍ୱାରେଣ୍ଟାଇନରେ ରଖାଯାଇ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖାଯିବ।