ଜେଇ ହତ୍ୟାକାରୀକୁ ତୁରନ୍ତ ଗିରଫ ଦାବି କଲା କୋଶଲ ମୁକ୍ତି ମୋର୍ଚ୍ଚା

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ପାଟଣାଗଡ଼ ବ୍ଲକର କାର୍ଯ୍ୟରତ ଜେଇ ଲୁକୁ ସାହୁଙ୍କ ହତ୍ୟା ଘଟଣାକୁ ଆଜି ୧୨ଦିନ ବିତିଯାଇଥିଲେ ମଧ୍ୟ ଆଇନ ହାତ ଖାଲି ରହିଛି । ସେଥିପାଇଁ ଆଜି କୋଶଲ ମୁକ୍ତି ମୋର୍ଚ୍ଚା ତରଫରୁ ପଟଣାଗଡ଼ ବିଡିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ, ୫ଟି ସଚିବ ଓ ଜିଲ୍ଲାପାଳ ବଲାଙ୍ଗୀରଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି । ଥାନାଧିକାରୀଙ୍କ ଜରିଆରେ ପୁଲିସ ମହାନିର୍ଦ୍ଦେଶକ ଓଡ଼ିଶା, ଜିଲ୍ଲା ଆରକ୍ଷୀ ଅଧିକାରୀ ବଲାଙ୍ଗୀରଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି । ଆଗାମୀ ୫ଦିନ ମଧ୍ୟରେ ଜେଇଙ୍କ ହତ୍ୟାକାରୀକୁ ଗିରଫ କରା ନଗଲେ ଉପଖଣ୍ଡ ପୁଲିସ ଅଧିକାରୀ ପାଟଣାଗଡ଼ଙ୍କ କାର୍ଯ୍ୟାଳୟ ସମ୍ମୁଖରେ କୋଶଲ ମୁକ୍ତି ମୋର୍ଚ୍ଚା ତରଫରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦିଆଯିବ ବୋଲି ଚେତାବନୀ ଦିଆଯାଇଛି । ଏହି ଦାବିପତ୍ର ପ୍ରଦାନ ସମୟରେ ଲକ୍ଷ୍ମୀ ଶବର, ଗିରିରାଜ ଭୋଇ, ସୁଶୀଲ କୁମାର ଗୁରୁ, ଡିଙ୍ଗର କୁମ୍ଭାର, ଜନାର୍ଦ୍ଦନ ସିଂ, ସିପୁନ ଖମାରୀ, ସୁବାସ ଆଚାର୍ଯ୍ୟ, ସାନ୍ତନୁ ବୁଦ୍ଧିଆ, ସ୍ୱରାଜ ଚନ୍ଦନ, ରଞ୍ଜିତ ସାହୁ, ଦେବାନନ୍ଦ ବୁଡ଼େକ ଓ ଭୋଜରାଜ ବୁଡ଼େକ ପ୍ରମୁଖ ଉପସ୍ଥିତ ଥିଲେ ।