ନୂଆଦିଲ୍ଲୀ,ଏଜେନ୍ସି: ଭୟଙ୍କର ହେଉଛି କରୋନା ଭାଇରସ୍। ଦିନକୁ ଦିନ ଏହି ମହାମାରୀ ଭୟଙ୍କର ରୂପ ନେଉଥିବା ବେଳେ ଏହାର ପ୍ରଭାବରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଉହାନରେ ଆଉ ପାଖାପାଖି ୭୮ଜଣଙ୍କର ମୃତ୍ୟୁ ଘଟିବାରୁ ରବିବାର ସୁଦ୍ଧା ଚୀନ୍ରେ କରୋନାଭାଇରସ୍ ସଂକ୍ରମଣଜନିତ ସମୁଦାୟ ମୃତ୍ୟୁସଂଖ୍ୟା ୮୦୩ ପହଞ୍ଚିଥିବା ସଳଚନା ମିଳିଛି । ସମ୍ପ୍ରତି ସମଗ୍ର ଚୀନ୍ରେ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୬, ୬୯୦ ବୋଲି ରିପୋର୍ଟ କରାଯାଇଛି। ଆଉ ୨, ୧୪୭ଜଣ କରୋନାଭାଇରସ୍ ସଂକ୍ରମଣରେ ଆକ୍ରାନ୍ତ ହୋଇଥିବା କଥା ହୁବେଇ ପ୍ରଦେଶର ସ୍ୱାସ୍ଥ୍ୟ କମିସନ୍ ତାଙ୍କର ଦୈନିକ ରିପୋର୍ଟରେ ନିଶ୍ଚିତ କରି କହିଛନ୍ତି।
ତେଣୁ, ଏହି ମହାମାରୀଜନିତ ମୃତ୍ୟୁସଂଖ୍ୟା ‘ସିଭର୍ ଆକ୍ୟୁଟ୍ ରେସ୍ପାଇରେଟରି ସିଣ୍ଡ୍ରମ୍’ (ସାର୍ସ)ଜନିତ ମୃତ୍ୟୁସଂଖ୍ୟାକୁ ଟପିଯାଇଥିବା କଥା ଆନୁଷ୍ଠାନିକଭାବେ ଘୋଷଣା କରାଯାଇଛି। ୨୦୦୨-୨୦୦୩ରେ ସମଗ୍ର ବିଶ୍ୱରେ ‘ସାର୍ସ’ ଭୂତାଣୁଜନିତ ମୃତ୍ୟୁସଂଖ୍ୟା ୭୭୪ ହୋଇଥିଲା।