ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୋରିଆର ପ୍ରତିନିଧି ଦଳ

ଭୁବନେଶ୍ୱର,ଏନ୍ଏନ୍ଏସ୍କୋରିଆର ରାଷ୍ଟ୍ରଦୂତ ସିନ୍ ବଙ୍ଗକିଲ ତାଙ୍କ ୪୬ ଜଣିଆ ପ୍ରତିନିଧି ଦଳକୁ ନେଇ ସୋମବାର ଭୁବନେଶ୍ୱର ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ଆଲୋଚନା ହୋଇଥିବା ଜଣାଯାଇଛି। ଏହି ସାକ୍ଷାତ ଆଲୋଚନା ସମୟରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ସଚିବ ଏବଂ ମନ୍ତ୍ରୀମାନେ ଉପସ୍ଥିତ ଥିଲେ।

ଏହି ସାକ୍ଷାତ ପରେ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି ଯେ କୋରିଆ କୃଷି, ଉଦ୍ୟାନ କୃଷି ଆଲୁମିନିୟମ୍‌, ମତ୍ସ୍ୟ, ବୟନ ଶିଳ୍ପ ଏବଂଇଲେକ୍‌ଟ୍ରୋନିକ୍ସ ପ୍ରଭୃତି ୬ଟି କ୍ଷେତ୍ରରେ ପୁଞ୍ଜି ନିବେଶ କରିବାକୁ ଆଗ୍ରହ ପ୍ରକାଶ କରିଛି। ଏହାଛଡ଼ା କିଆ ମୋଟର୍ସ, ସାମ୍‌ସଙ୍ଗଏବଂ ହୁଣ୍ଡାଇରେ ବି ପୁଞ୍ଜି ନିବେଶ କରିବାକୁ କୋରିଆ ଆଗ୍ରହ ପ୍ରକାଶ କରିଥିବା ଜଣାପଡ଼ିଛି।