କୋରିୟାନ କମ୍ପାନୀ ଭାରତରେ ଉତ୍ପାଦନ କରିବ ରାପିଡ କିଟ୍

ନୂଆଦିଲ୍ଲୀ: ଦେଶରେ ବଢ଼ୁଥିବା କରୋନା ଆକ୍ରାନ୍ତକୁ ଦୃଷ୍ଟିରେ ରଖି ରାପିଡ ଟେଷ୍ଟ କିଟର ଆବଶ୍ୟକତା ବଢ଼ିଯାଇଛି। ସେଥିପାଇଁ ଦକ୍ଷିଣ କୋରିଆର ଏକ କମ୍ପାନୀ ଗୁରୁଗ୍ରାମର ମାନେସର ସ୍ଥିତ କାରଖାନାରେ ର୍ୟାପିଡ କିଟର ଉତ୍ପାଦନ ଆରମ୍ଭ କରିଦେଲେଣି। ଏହି କିଟ୍ ଦ୍ୱାରା ୧୫ ମିନିଟରେ ଯାଞ୍ଚ ରିପୋର୍ଟ ଆସିଯିବ। ଏଭଳି ସ୍ଥିତିରେ ଛତିଶଗଡ଼ ୧ ଲକ୍ଷ ଓ ହରିୟାଣା ସରକାର ୨୫ ହଜାର କିଟର ଅର୍ଡର ଦେଇଛନ୍ତି। ଏହି କିଟର ଉତ୍ପାଦନ ଆଇସିଏମଆରର ଦେଖାଶୁଣାରେ କରାଯାଉଛି। ଅନ୍ୟପଟେ ଏହି କାରଖାନାରେ ଦୈନିକ ୧ ଲକ୍ଷ କିଟ୍ ପ୍ରସ୍ତୁତ କରାଯାଇପାରିବ।