ଯୁବତୀଙ୍କ ସହ ଏମିତି ଘଟିଲା ଜାଣିଲେ ଆଖିରୁ ଲୁହ ଆସିଯିବ ..

କୋରାପୁଟ,ଏନ୍ଏନ୍ଏସ୍ : କୋରାପୁଟ ଜିଲ୍ଲା କିନ୍ଦ୍ରିଗୁଡା ଗ୍ରାମର ଜଣେ ୧୯ ବର୍ଷୀୟା ଅବିବାହିତା ଯୁବତୀ ସୁନାବେଡା ସହରାଂଚଳ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେବା ପରେ ପ୍ରସୂତୀ ଓ ନବ ଜାତକକୁ ଚାଇଲ୍ଡ ଲାଇନ୍ ଉଦ୍ଧାର କରିଛି।

ସୂଚନା ଅନୁଯାୟୀ, ଜୈନିକା ଅବିବାହିତା ଯୁବତୀ ଜଣେ ଯୁବକକୁ ଭଲ ପାଉଥିଲେ। ଯୁବକ ଜଣ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିବା ପରେ ସେ ଗର୍ଭବତୀ ହୋଇଥିଲେ। ଧକ୍କାବାଜ୍ ପ୍ରେମିକ ପରେ ବିବାହ କରିବାକୁ ମନା କରି ଦେବାରୁ ଯୁବତୀ ଜମକ କିଛି ଦିନ ପୂର୍ବେ ସେମିଲିଗୁଡା ବସଷ୍ଟାଣ୍ଡରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିବା ବେଳେ ପୂର୍ବ ପରିଚିତ ଜଳଧର ଭତ୍ରା ନାମକ ବ୍ୟକ୍ତି ତାଙ୍କୁ ଉଦ୍ଧାର କରି ପେଟକଣା ସ୍ଥିତ ନିଜ ଘରେ ଆଶ୍ରୟ ଦେଇଥିଲେ। ସୋମବାର ଅପରାହ୍ଣରେ ଯୁବତୀଙ୍କର ପ୍ରସବ ଯଂନ୍ତ୍ରଣା ହେବାରୁ ସୁନାବେଡା ହସ୍ପିଟାଲରେ ଭର୍ତି କରା ଯାଇଥିଲା।

ସେଠାରେ ସେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ। ତେବେ ଯୁବତୀ ଜଣକ ଅବିବାହିତା ଓ ଅସହାୟ ହୋଇଥିବା ସୂଚନା ପାଇ ଚାଇଲ୍ଡ ଲାଇନର କର୍ମକର୍ତା ପହଂଚି ପ୍ରସୂତୀ ଓ ନବଜାତକଙ୍କୁ କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତି କରିଛନ୍ତି । ଦିନେ ଦୁଇ ଦିନ ମଧ୍ୟ ଉଭୟ ଶିଶୁ ଓ ମା’ଙ୍କୁ ଶିଶୁ ମଙ୍ଗଳ କମିଟି ନିକଟରେ ହାଜର କରାଯିବ ବୋଲି ଚାଇଲଡ ଲାଇନର ପଦ୍ମନାଭ କୁଲଦୀପ ସୂଚନା ଦେଇଛନ୍ତି।