କୋରାପୁଟ,ଏନ୍ଏନ୍ଏସ୍: କୋରାପୁଟରେ ବର୍ଦ୍ଧିତ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୪୮ ଘଣ୍ଟିଆ ସଟଡାଉନ ଘୋଷଣା କରାଯାଇଛି। ଏହି ସଟଡାଉନ ଆଜି ମଧ୍ୟରାତ୍ରରୁ ଅଗଷ୍ଟ ୧ ମଧ୍ୟରାତ୍ର ଯାଏଁ ଲାଗୁ ହେବ। ଏନେଇ କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ର ଘୋଷଣା କରିଛନ୍ତି। ଏଥିସହିତ ସଟଡାଉନ ସମୟରେ ନିୟମ ଖିଲାପକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ଚେତାବନୀ ଦେଇଛନ୍ତି।
ସୂଚନାଯୋଗ୍ୟ, ଆଜିର ୬୬ ଜଣକୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୮୭କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୨୮୧ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ୪୦୬ଜଣ ଚିକିତ୍ସିତ ହେଉଛନ୍ତି।