ଜିଲ୍ଲାପାଳଙ୍କ ବୈପାରିଗୁଡ଼ା ବ୍ଲକ୍ ଗସ୍ତ

ବୈପାରିଗୁଡ଼ା,ଏନ୍ଏନ୍ଏସ୍: ଯୁବ ଆଇଏଏସ ଅଧିକାରୀ ମହମ୍ମଦ ଅବଦୁଲ୍ ଅଖତାର କୋରାପୁଟ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ମାଓ ଅଧ୍ୟୁଷିତ ବୈପାରିଗୁଡ଼ା ବ୍ଲକ୍ ଗସ୍ତ କରିଛନ୍ତି। ଗସ୍ତ ସମୟରେ ଜିଲ୍ଲାପାଳ ବ୍ଲକରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ ତଥା ସାମାଜିକ କଲ୍ୟାଣ ଯୋଜନାର ସମୀକ୍ଷା କରିଥିଲେ। ଏହାସହ ବୈପାରିଗୁଡ଼ା-ଗୁପ୍ତେଶ୍ୱର ରାସ୍ତାର ଡକ୍ତରୀ ଘାଟି ପରିଦର୍ଶନ କରି ଆସନ୍ତା ଶିବରାତ୍ରୀ ପୂର୍ବରୁ ରାସ୍ତା ମରାମତି କାମ ଶେଷ କରିବାକୁ ଜୟପୁର ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାପାଳଙ୍କ ଗସ୍ତ ବେଳେ ପୂର୍ତ୍ତ ବିଭାଗ ଜୟପୁର ଡିଭିଜନ୍ ନିର୍ବାହୀ ଯନ୍ତ୍ରୀ ଇଂ.ଭାସ୍କର ଚନ୍ଦ୍ର ସାମନ୍ତରାୟ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ତୃଣ