କୋରାପୁଟ ଓ ଜୟପୁର ବାଇପାସ ରୋଡ ନକ୍ସା ଅନୁମୋଦନ

କୋରାପୁଟ,ଏନ୍ଏନ୍ଏସ୍: କୋରାପୁଟ ଓ ଜୟପୁର ବାଇପାସ୍ ରୋଡ ନକ୍ସା ଅନୁମୋଦିତ ହୋଇଥିବା ଜଣାପଡ଼ିଛି। ଲୋକସଭାରେ ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ କୋରାପୁଟ ସାଂସଦ ସପ୍ତଗିରି ଉଲାକାଙ୍କ ପ୍ରଶ୍ନର ଉତ୍ତର ଦେଇ ଉପରୋକ୍ତ ସୂଚନା ଦେଇଛନ୍ତି। ବାଇପାସ୍ ରୋଡ ନିମନ୍ତେ ଜମି ଅଧିଗ୍ରହଣ ପ୍ରକ୍ରିୟା ବିଭିନ୍ନ ପର୍ଯ୍ୟାୟରେ ହେବ ଓ ଜମି ଅଧିଗ୍ରହଣ ପ୍ରକ୍ରିୟା ଶେଷ ହେବା ପରେ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଜଣାପଡ଼ିଛି। ଅନ୍ୟ ଏକ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଶ୍ରୀ ଗଡ଼କରୀ କୋରାପୁଟ-ଶୁଙ୍କୀ ଓ ବୋରିଗୁମ୍ମା-ଜୟପୁର ଜାତୀୟ ରାଜପଥ ମରାମତି କାର୍ଯ୍ୟ ୨୦୨୧ ମଇ ୭ ଓ ୨୦୨୧ ଜୁଲାଇ ୧୮ ତାରିଖରେ ସମ୍ପୂର୍ଣ୍ଣ ହେବ ବୋଲି ସୂଚନା ଦେଇଛନ୍ତି।