ନୂଆଦିଲ୍ଲୀ,ଏଜେନ୍ସି : କୋରୋନା ଭାଇରସ୍ ମାତିଥିôବା ସହରରୁ ଅନ୍ୟ ସହରକୁ ଲୋକଙ୍କ ଚଳପ୍ରଚଳ ଉପରେ ବେଜିଂ ସରକାର କଟକଣା ଜାରି କରିଛନ୍ତି। ଫଳରେ ସେଠାରେ ରହି ପାଠ ପଢ଼ୁଥିବା ବହୁ ଭାରତୀୟ ଛାତ୍ରଙ୍କ ପକ୍ଷେ ଭାରତ ଫେରିବା ବନ୍ଦ ହୋଇଯାଇଛି। ଚୀନସ୍ଥିତ ଭାରତୀୟ ଦୂତାବାସ ତାଲିକାଭୁକ୍ତ ଛାତ୍ରଛାତ୍ରୀଙ୍କ ସହିତ ନିୟମିତ ସମ୍ପର୍କ ରକ୍ଷା କରାଯାଇଥିଲେ ମଧ୍ୟ ବେଜିଂ ସରକାରଙ୍କ ଅନୁମତି ବିନା ସେମାନଙ୍କର ଭାରତ ଯାତ୍ରା ଅସମ୍ଭବ। ଗତ ୧୦ ଦିନ ଭିତରେ ଚୀନରୁ ବହୁ ଭାରତୀୟ ଛାତ୍ର ଓ କର୍ମଜୀବୀ ଭାରତରେ ପହଞ୍ôଚଛନ୍ତି। ତେବେ ଅବଶିଷ୍ଟ ଭାରତୀୟ ଛାତ୍ରଛାତ୍ରୀଙ୍କ ପ୍ରତି କୋହଳ ମନୋଭାବ ପୋଷଣ କରି ସେମାନଙ୍କୁ ଭାରତ ପଠାଇବାର ବନ୍ଦୋବସ୍ତ କରିବାକୁ ଭାରତର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ବେଜିଂକୁ ଚିଠି ଲେଖାଯାଇଛି।
ରବିବାରଠାରୁ ଚୀନର ୧୬ଟି ସହରକୁ ଯାତ୍ରୀବାହୀ ବସ୍, ଟ୍ରେନ୍ ଓ ବିମାନ ଚଳାଚଳ ବାତିଲ କରି ଦିଆଯାଇଛି। ଏପରିକି ନିଃଶୁଳ୍କ ବସ୍, ଅଫିସିଆଲ୍ କାର ଓ ପରିବହନ ଗାଡ଼ିଗୁଡ଼ିକର ଚଳାଚଳକୁ ମଧ୍ୟ ବନ୍ଦ କରି ଦିଆଯାଇଛି। କେବଳ ୟୁହାନରେ ପ୍ରାୟ ୩୦୦ ଭାରତୀୟ ଅଟକି ରହିଛନ୍ତି। ଭାରତୀୟ ଦୂତାବାସ ତାଲିକା ଅନୁସାରେ ଚୀନରେ ଏବେ ହାତଗଣତି ଭାରତୀୟ ଅଛନ୍ତି। କିନ୍ତୁ ଶୁଣିବାକୁ ମିଳୁଛି, ଚୀନରେ ଥିବା ବହୁ ଭାରତୀୟ ଲୋକଙ୍କ ନାମ ଦୂତାବାସ ତାଲିକାରେ ନାହିଁ। ଲକଡାଉନ୍ ଘୋଷିତ ସହରରୁ ଭାରତୀୟ ପରିବାର ଓ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରି ଭାରତ ପଠାଇବା ପାଇଁ ଭାରତୀୟ ଦୂତାବାସ ତରଫରୁ ଯଥାସାଧ୍ୟ ଉଦ୍ୟମ ଚାଲିଛି। ବାୟୁ ମାଧ୍ୟମରେ କୋରୋନା ଭାଇରସ୍ ବ୍ୟାପୁଥିବାର ଗୁଜବ ପ୍ରଚାର ଚାଲିଥିବାରୁ ଲୋକଙ୍କ ମନରେ ଆତଙ୍କ ଖେଳିଯାଇଛି। ରୋଗୀଙ୍କ ସଂସ୍ପର୍ଶରେ ଆସୁଥିବା ଲୋକଙ୍କୁ କୋରୋନା ଭାଇରସ୍ ଆକ୍ରାନ୍ତ କରୁଥିବାରୁ ସାଧାରଣ ଲୋକମାନେ ଆଶଙ୍କାରେ ଯାତ୍ରୀବାହୀ ବସ୍, ଟ୍ରେନ୍ ଅବା ବିମାନରେ ଯାତ୍ରା କରିବାକୁ ସୁରକ୍ଷିତ ମଣୁନାହାନ୍ତି। ଚୀନରୁ ଭାରତ ପହଞ୍ôଚଥିବା ଏକ ହଜାରରୁ ଅଧିକ ଯାତ୍ରୀଙ୍କ ମଧ୍ୟରୁ କାହାକୁ କୋରୋନା ଭାଇରସ୍ ସଂକ୍ରମଣ କରିଥିବା ସ୍ପଷ୍ଟ ହୋଇନି।