ଜେପି ନଡ୍ଡାଙ୍କ କାର୍ଯ୍ୟକ୍ରମ ପାଇଁ ନିର୍ମିତ ମଞ୍ଚକୁ ଭାଙ୍ଗିଲା କୋଲକାତା ପୁଲିସ

କୋଲକାତା,ଏଜେନ୍ସି: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ (ଜେପି) ନଡ୍ଡାଙ୍କ ପାଇଁ ନିର୍ମିତ ହୋଇଥିବା ମଞ୍ଚକୁ କୋଲକାତା ପୁଲିସ ଭାଙ୍ଗିଦେଇଥିବା ଅଭିଯୋଗ ହୋଇଛି। ଏହି ମଞ୍ଚ ରାଜ୍ୟ ବିଜେପି କାର୍ଯ୍ୟାଳୟ ନିକଟରେ ନିର୍ମିତ ହୋଇଥିଲା। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଆଜି ପଶ୍ଚିମବଙ୍ଗରେ ନିର୍ବାଚନୀ ପରବର୍ତ୍ତୀ ହିଂସା ବିରୋଧରେ ଧାରଣା ଦେବାର କାର୍ଯ୍ୟକ୍ରମ ଅଛି। ଏହି ବିରୋଧ ପ୍ରଦର୍ଶନରେ ରାଜ୍ୟ ବିଜେପି ସଭାପତି ଦିଲୀପ ଘୋଷ ଓ ଅନ୍ୟ ବରିଷ୍ଠ ନେତା ୬ ମୁରଲୀଧର ସେନ ଲେନରେ ଧାରଣା ଦେବାର କାର୍ଯ୍ୟକ୍ରମ ରହିଥିଲା।

ଜାତୀୟ ଗଣମାଧ୍ୟମକୁ ମିଳିଥିବା ସୂଚନା ଅନୁସାରେ ହଷ୍ଟିଂ ଅଫିସ ନିକଟରେ ଏବେ ବିଜେପିର ଏହି ଧାରଣା ହେବ। ଏହା ପୂର୍ବରୁ ଜେପି ନଡ୍ଡା ମେ’ ୪ ତାରିଖରେ ହିଂସା ପ୍ରଭାବିତ ବିଜେପି କର୍ମୀଙ୍କ ପରିବାର ଲୋକଙ୍କୁ ଭେଟିଥିଲେ।