କୋଇଲା ବୋଝେଇ ଟ୍ରେନ ଲାଇନଚ୍ୟୁତ

ଝାରସୁଗୁଡ଼ା,ଏନ୍ଏନ୍ଏସ୍ : ବୁଧବାର ସକାଳେ ଝାରସୁଗୁଡ଼ା ନିକବର୍ତୀ ଲହଣ୍ଡାବୁଡ଼ ଲେବଲ କ୍ରସିଙ୍ଗ ଠାରେ ଗୋଟିଏ କୋଇଲା ଗାଡ଼ି ଧାରଣାଚ୍ୟୁତ ହୋଇ ଅଟକି ରହିଛି। ବସୁନ୍ଧରା କୋଇଲା ଖଣିରୁ ମାଲଗାଡ଼ିଟି କୋଇଲା ବୋଝେଇ କରି ଝାରସୁଗୁଡ଼ା ଆସୁଥିବା ବେଳେ ଲାଇନ ଦବି ଯିବା କାରଣରୁ ତିନୋଟି ବଗି ଧାଣାରୁ ଖସି ଯାଇଥିଲା। କୋଇଲା ପରିବହନ ପାଇଁ ଝାରସୁଗୁଡ଼ା ଠାରୁ ସବଡେଗାକୁ ଏହି ଲାଇନ ନିର୍ମାଣ କରାଯାଇଛି। ଏହା ଦବିଯିବା ଯୋଗୁଁ ଇଞ୍ଜିନ ପଛକୁ ଥିବା ଗୋଟିଏ ଡବା ପ୍ରଥମେ ଧାରଣାରୁ ଖସି ଯିବା ପରେ ଏହା ପଛରେ ଥିବା ଆଉ ତିନୋଟି ବଗି ଧାରଣାରୁ ବାହାରି ଯାଇଥିଲା ବୋଲି ସୂଚନା ମଳିଛି।