କେହାଲିଙ୍କ ଟ୍ୱିଟରେ ଧୋନିଙ୍କ ଚର୍ଚ୍ଚା

ଭାରତ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲି ଟ୍ଵିଟରରେ ଧୋନି ଓ ତାଙ୍କ ଫଟୋକୁ ପୋଷ୍ଟ କରିଥିବାବେଳେ ଏହା ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚା ହେଉଛି। ସେ ଟ୍ଵିଟରରେ ଧୋନିଙ୍କ ସାମ୍ନାରେ ନଇଁ ଥିବା ଏକ ଫଟୋକୁ ପୋଷ୍ଟ କରି କହିଛନ୍ତି ଯେ ମୁଁ ଏହି ମ୍ୟାଚ୍‌କୁ ଭୁଲି ପାରିବିନି। ଏ ମୋ ଜୀବନର ବିଶେଷ ମୁହୂର୍ତ୍ତ, ଏହି ମ୍ୟାଚ୍‌ରେ ମତେ ଧୋନି ଫିଟ୍‌ନେସ୍‌ ଟେଷ୍ଟ ଭଳିଆ ଦଉଡାଇଥିଲେ।

A game I can never forget. Special night. This man, made me run like in a fitness test

View image on Twitter

ତେବେ ଏହି ଟି- ୨୦ ମ୍ୟାଚ୍‍ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୨୦୧୬ରେ ମୋହାଲିରେ ଖେଳ ହୋଇଥିଲା। ଏଥିରେ ଧୋନି ଅଧିନାୟକ ଥିଲେ। ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ୨୦ ଓଭରରେ ୧୬୦ ରନ୍‌ କରିଥିବାବେଳେ ଭାରତ ୧୯.୧ ଓଭରରେ ୧୬୧ ରନ୍‌ କରି ୬୬ ୱିକେଟରେ ବିଜୟ ହାସଲ କରିଥିଲା।