ଦୁବାଇ,୩୦ା୧୦/ଏଜେନ୍ସି: ଚଳିତ ଆଇସିସି ଟି-୨୦ ବିଶ୍ୱକପ୍ରେ ନିଜର ଜବରଦସ୍ତ ପ୍ରଦର୍ଶନରେ ସମସ୍ତଙ୍କୁ ଚକିତ କରିଥିବା ପାକିସ୍ତାନ କ୍ୟାପ୍ଟେନ୍ ବାବର ଆଜମ୍ ଶୁକ୍ରବାର ଆଉ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି।
ଆଫଗାନିସ୍ତାନ ବିପକ୍ଷ ସୁପର-୧୨ ମ୍ୟାଚ୍ରେ ୪୫ ବଲ୍ରୁ ୫୧ ରନ୍ କରିବା ପରେ ବାବର ଭାରତୀୟ କ୍ୟାପ୍ଟେନ୍ ବିରାଟ କୋହଲିଙ୍କ ରେକର୍ଡ ଭାଙ୍ଗିବା ସହ କ୍ରିକେଟ୍ର ଏହି ଛୋଟ ଫର୍ମାଟ୍ରେ କ୍ୟାପ୍ଟେନ୍ ଭାବେ ଦ୍ରୁତତମ ୧୦୦୦ ରନ୍ ସଂଗ୍ରହର ଗୌରବ ଅର୍ଜନ କରିଥିଲେ। ଏହି ଉପଲବ୍ଧି ବାବର୍ ୨୬ଟି ଇନିଂସ୍ରେ ହାସଲ କରିଥିବା ବେଳେ ପୂର୍ବରୁ କୋହଲି ୩୦ଟି ଇନିଂସ୍ରେ ୧୦୦୦ ରନ୍ କରିଥିଲେ। ସାଉଥ୍ ଆଫ୍ରିକାର ଫାପ୍ ଡୁ ପ୍ଲେସିସ୍ (୩୧), ଅଷ୍ଟ୍ରେଲିଆର ଆରୋନ୍ ଫିଞ୍ଚ୍ (୩୨) ଏବଂ ନ୍ୟୁଜିଲାଣ୍ଡର କେନ୍ ୱିଲିୟମ୍ସନ୍ (୩୩) ଯଥାକ୍ରମେ ଏହି ତାଲିକାର ୩ରୁ ୫ମ ସ୍ଥାନରେ ରହିଛନ୍ତି।