ଭାରତୀୟ ଦଳକୁ ବଡ଼ ଝଟ୍‌କା, ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜରୁ ବାଦ୍ ପଡ଼ିଲେ କେ.ଏଲ୍ ରାହୁଲ ଏବଂ ଅକ୍ଷର ପଟେଲ

ମୁମ୍ବାଇ,ଏଜେନ୍ସି: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଆଗାମୀ ୩ ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ୍ ପୂର୍ବରୁ ଆହାତ କାରଣରୁ ଭାରତୀୟ ଦଳକୁ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି। ଟିମ୍ ଇଣ୍ଡିଆର ଉପ-ଅଧିନାୟକ କେ.ଏଲ୍ ରାହୁଲ ଏବଂ ଅଲରାଉଣ୍ଡର ଅକ୍ଷର ପଟେଲ ସିରିଜରୁ ବାଦ୍ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ରୁତୁରାଜ ଗାଇକୱାଡ ଏବଂ ଦୀପକ ହୁଡା ସ୍ଥାନ ପାଇଛନ୍ତି।

ଫେବୃଆରୀ ୯, ୨୦୨୨ ରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ଫିଲ୍ଡିଂ କରୁଥିବାବେଳେ କେ.ଏଲ୍ ରାହୁଲ ଏକ ବାମ ହାମଷ୍ଟ୍ରିଙ୍ଗ୍ ଷ୍ଟ୍ରେନର ଶିକାର ହୋଇଥିଲେ। ଏହି କାରଣରୁ ସେ ଆଜି ଖେଳାଯାଇଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ଦିନିକିଆରେ ଖେଳିପାରିନଥିଲେ। ଅନ୍ୟପକ୍ଷରେ, ସେହିଭଳି ଅକ୍ଷର କରୋନାରୁ ସୁସ୍ଥ ହେବା ପରେ ତାଙ୍କର ସଙ୍ଗରୋଧ ଶେଷ କରିଛନ୍ତି। ଆହତ ଅବସ୍ଥାରେ ସେ ବର୍ତ୍ତମାନ ବେଙ୍ଗାଲୁରୁର ନ୍ୟାସନାଲ କ୍ରିକେଟ୍ ଏକାଡେମୀକୁ ଯିବେ।

ଭାରତୀୟ ଦଳର ଚୟନକର୍ତ୍ତାମାନେ ସେମାନଙ୍କ ସ୍ଥାନରେ ରୁତୁରାଜ ଗାଇକୱାଡ ଏବଂ ଦୀପକ ହୁଡାଙ୍କୁ ଦଳରେ ସାମିଲ କରିଛନ୍ତି। ରାଉତରାଜ ମଧ୍ୟ ଦିନିକିଆ ଦଳର ଏକ ଅଂଶ ଥିଲେ, କିନ୍ତୁ କରୋନାର ଶିକାର ହୋଇଥିଲେ। ସେ ତୃତୀୟ ଦିନିକିଆ ପୂର୍ବରୁ ଫିଟ୍ ହୋଇଥିଲେ ମଧ୍ୟ ସିରିଜର କୌଣସି ମ୍ୟାଚ୍ ଖେଳିବାର ସୁଯୋଗ ପାଇ ନଥିଲେ। ଅନ୍ୟପକ୍ଷରେ ଦୀପକ ହୁଡା ପ୍ରଥମ ଦିନିକିଆରେ ନିଜର ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ।

ଭାରତ ଟି-୨୦ ଦଳ: ରୋହିତ ଶର୍ମା (କ୍ୟାପଟେନ), ଇଶାନ କିଶନ, ବିରାଟ କୋହଲି, ଶ୍ରେୟାସ ଆୟର, ସୂର୍ଯ୍ୟକୁମାର ଯାଦବ, ଋିଷଭ ପନ୍ତ , ଭୁବନେଶ୍ୱର କୁମାର, ଆଭେଶ ଖାନ, ହର୍ଷଲ ପଟେଲ, ରୁତୁରାଜ ଗାଇକୱାଡ, ଦୀପକ ହୁଡା।