କୋଲକାତାକୁ ୧୦ ରନରେ ପରାସ୍ତ କଲା ମୁମ୍ବାଇ ଇଣ୍ଡିଆନ୍ସ

ମୁମ୍ବାଇ ,ଏଜେନ୍ସି: ୨୦୨୧- ଆଇପିଏଲର ପଞ୍ଚମ ମ୍ୟାଚରେ କୋଲକାତାକୁ ହରାଇ ୧୦ ରନରେ ମୁମ୍ବାଇ ଇଣ୍ଡିଆନ୍ସ ମ୍ୟାଚ ଜିତି ନେଇଛି। ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୧୫୨ ରନ କରିପାରିଥିଲା। ବୋଲରଙ୍କ ଜବରଦସ୍ତ ପ୍ରଦର୍ଶନ ଆଗରେ କୋଲକାତାର ବ୍ୟାଟ୍ସମ୍ୟାନ ମାନେ ଅଧିକ ସମୟ ଛିଡା ହୋଇପାରନଥିଲେ। ପ୍ରଥମରୁ କୋଲକାତା ଭଲ ବ୍ୟାଟିଂ କରିଥିଲେ ମଧ୍ୟ ମିଡିଲ ଅର୍ଡର ଖେଳାଳିମାନେ ବେଶି କିଛି ରନ କରିପାରିନଥିଲେ। ମୁମ୍ବାଇ ତରଫରୁ ବୋଲ୍ଟ ଏବଂ ଜସପ୍ରିତ ବୋମ୍ରା ଯଥାକ୍ରମେ ୪ ଓଭର ବୋଲି କରି ୨୭ ରନ ଦେଇ ଦୁଇଟି ୱିକେଟ ନେଇଥିବା ବେଳେ ବୋମ୍ରା ୪ ଓଭରରେ ମାତ୍ର ୨୮ରନ ଦେଇଥିଲେ। କୋଲକାତା ଶେଷ ଓଭର ପର୍ଯ୍ୟନ୍ତ ବ୍ୟାଟିଂ କରି ୭ ୱିକେଟ ହରାଇ ୧୪୨ ରନ କରିପାରିଥିଲା।