ରାଜ୍ୟ ନିର୍ବାଚନ କମିସନର ଭାବେ ଜାମ୍ମୁ କାଶ୍ମୀରର ଉପ-ରାଜ୍ୟପାଳଙ୍କ ଉପଦେଷ୍ଟା

ଶ୍ରୀନଗର,ଏଜେନ୍ସି: ଜାମ୍ମୁ-କାଶ୍ମୀର ଉପ-ରାଜ୍ୟପାଳ ମନୋଜ ସିହ୍ନାଙ୍କ ଉପଦେଷ୍ଟା କେକେ ଶର୍ମା ଆଜି ରାଜ୍ୟ ନିର୍ବାଚନ କମିସନର ଭାବେ ନିଯୁକ୍ତ ହୋଇଛନ୍ତି। ଏହା ପୂର୍ବରୁ ସେ ଉପ-ରାଜ୍ୟପାଳଙ୍କ ଉପଦେଷ୍ଟା ପଦରୁ ଇସ୍ତଫା ଦେଇଥିଲେ।
ଅରୁଣାଞ୍ଚଳ ପ୍ରଦେଶ, ଗୋଆ ଏବଂ ମିଜୋରାମ କେନ୍ଦ୍ରଶାସିତ ଅଞ୍ଚଳ କ୍ୟାଡରର ୧୯୮୩ ମସିହା ଆଇଏଏସ୍ ଅଧିକାରୀ ଥିଲେ ଶ୍ରୀ ଶର୍ମା। ଗତ ନଭେମ୍ବର ମାସରେ ସେ ଉପ-ରାଜ୍ୟପାଳଙ୍କ ଉପଦେଷ୍ଟା ଭାବେ ନିଯୁକ୍ତ ହୋଇଥିଲେ।

କାର୍ଯ୍ୟରେ ଯୋଗଦେବାରେ ତାଙ୍କୁ ପାଖାପାଖି ୩୦ ବର୍ଷ ହୋଇଯାଇଥିବା ବେଳେ ସେ ବିଭିନ୍ନ ପଦବୀରେ ରହି ଆସିଛନ୍ତି। ସେଥିମଧ୍ୟରେ ଦିଲ୍ଲୀ ଓ ଗୋଆର ମୁଖ୍ୟ ସଚିବ ମଧ୍ୟ ରହିଥିଲେ।