ଅଭିନେତା କିରଣ କୁମାର କରୋନା ପଜିଟିଭ ମନୋରଞ୍ଜନ By Nitidin On May 24, 2020 Share ମୁମ୍ବାଇ: ଭେଟେରାନ ବଲିଉଡ ଓ ଟିଭି ଅଭିନେତା କିରଣ କୁମାର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ୭୪ ବର୍ଷୀୟ ଅଭିନେତାଙ୍କଠାରେ ବର୍ତ୍ତମାନ କୌଣସି କରୋନା ଲକ୍ଷଣ ଦେଖାଯାଉ ନାହିଁ ଏବଂ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି। ମେ’ ୧୪ ତାରିଖରେ ମେଡିକାଲ ଚେକ୍ଅପ୍ ପାଇଁଚ କିରଣ ହସ୍ପିଟାଲ ଯାଇଥିଲେ ଯେଉଁଠି କୋଭିଡ଼ ଟେଷ୍ଟ ବାଧ୍ୟତାମୂଳକ ଥିଲା। ତେଣୁ ସେ ଟେଷ୍ଟ କରାଇଥିଲେ ଆଉ ଯାହାର ରିପୋର୍ଟ ପଜିଟିଭ ଆସିଥିଲା। ରିପୋର୍ଟ ପଜିଟିଭ ଆସିବା ଦିନଠୁ ସେ ହୋମ କ୍ୱାରେଣ୍ଟାନରେ ରହିଥିବା ନିଜେ କହିଛନ୍ତି। ବର୍ତ୍ତମାନ ତାଙ୍କ ପରିବାର ଦ୍ୱିତୀୟ ମହଲାରେ ରହୁଥିବାବେଳେ ସେ ତୃତୀୟ ମହାଲାରେ ରହୁଛନ୍ତି। କିରନ ଆହୁରି କହିଛନ୍ତି କି, ଆସନ୍ତା ମେ’ ୨୬ କିମ୍ବା ୨୭ ତାରିଖରେ ତାଙ୍କର ଦ୍ୱିତୀୟ କରୋନା ଟେଷ୍ଟ ହୋଇପାରେ। Share