ସାଂସଦ କିରଣ ଖେର ରକ୍ତ କର୍କଟରେ ପୀଡ଼ିତ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତଥା ବିଜେପି ସାଂସଦ କିରଣ ଖେର ମଲ୍ଟୀପଲ ମାୟଲୋମାରେ ପୀଡ଼ିତ ହୋଇଛନ୍ତି। ମାୟଲୋମା ଏକ ପ୍ରକାର ରକ୍ତ କର୍କଟ। ଏନେଇ ଅଭିନେତା ତଥା ତାଙ୍କ ସ୍ୱାମୀ ଅନୁପେମ ଖେର ସୂଚନା ପ୍ରଦାନ କରିଛନ୍ତି।

ଚଣ୍ଡୀଗଡ଼ ବିଜେପି ଅଧ୍ୟକ୍ଷ ଅରୁଣ ସୁଦ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ୬୮ ବର୍ଷୀୟା ବିଜେପି ସାଂସଦ କିରଣ ଖେରଙ୍କୁ ଏହି ରୋଗ ସମ୍ବନ୍ଧରେ ଗତବର୍ଷ ଜଣାପଡ଼ିଥିଲା। ଗତବର୍ଷ ନଭେମ୍ବର ୧୧ରେ ଚଣ୍ଡୀଗଡ଼ ଘରେ କିରଣଙ୍କ ଏକ ବାହୁ ଭାଙ୍ଗି ଯାଇଥିଲା। ପରେ ଟେଷ୍ଟ କରାଇବା ପରେ ସେ ମଲ୍ଟୀପଲ ମାୟଲୋମାରେ ପୀଡ଼ିତ ଥିବା ଜଣା ପଡ଼ିଥିଲା। ଏହି ରୋଗ ବାମ ହାଥ ଓ ଡାହାଣ କାନ୍ଧ ପର୍ଯ୍ୟନ୍ତ ବ୍ୟାପି ଯାଇଥିଲା। ସେଥିପାଇଁ ଚିକିତ୍ସା ଲାଗି କିରଣ ଡିସେମ୍ବର ୪ ତାରିଖରେ ମୁମ୍ବାଇ ଯାଇଥିଲେ। ଏବେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଛି। ଆଉ କିରଣ ଏବେ ହସ୍ପିଟାଲରେ ନଥିଲେ ମଧ୍ୟ ଚିକିତ୍ସା ଲାଗି ନିୟମିତ ରୂପେ ହସ୍ପିଟାଲ ଯାଉଛନ୍ତି।