ଗଙ୍ଗାରେ ବୁଡ଼ପକାଇଲେ ନେପାଳ ରାଜା

ହରିଦ୍ୱାର,ଏଜେନ୍ସି: ନେପାଳ ରାଜା ଜ୍ଞାନେନ୍ଦ୍ର ବୀର ବିକ୍ରମ ସିଂହ ହରିଦ୍ୱାରରେ ପହଞ୍ଚିଥିବାବେଳେ ସୋମବାର ପ୍ରଥମ ସାହି ସ୍ନାନ ଅବସରରେ ଗଙ୍ଗାରେ ବୁଡ ପକାଇଛନ୍ତି। ରବିବାର ଏଠାରେ ପହଞ୍ଚିବାପରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାୱତ ପୁଷ୍ପଗୁଚ୍ଛ ଦେଇ ତାଙ୍କୁ ସ୍ୱାଗତ କରିଥିଲେ। ରାଜା ଜ୍ଞାନେନ୍ଦ୍ର ଦକ୍ଷିଣ କାଳୀମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ନିରଞ୍ଜନି ଆଖାଡାର ମୁଖ୍ୟ ମହାମଣ୍ଡଳେଶ୍ୱର କୈଳାସନନ୍ଦ ଗିରି ମହାରାଜଙ୍କୁ ସାକ୍ଷାତ କରି ଆଶୀର୍ବାଦ ଭିକ୍ଷା କରିଥିଲେ। ସୂଚନାଯୋଗ୍ୟ ୨୦୦୮ ମେ’ରୁ ନେପାଳରେ ରାଜତନ୍ତ୍ର ଲୋପ ପାଇଥିବାବେଳେ ସେଠାରେ ଗଣତାନ୍ତ୍ରିକ ସରକାର କାର୍ଯ୍ୟ କରୁଛି। ତେବେ ନେପାଳରେ ଏବେମଧ୍ୟ ରାଜାଙ୍କ ପ୍ରତି ଲୋକଙ୍କର ଯଥେଷ୍ଟ ଶ୍ରଦ୍ଧା ଓ ସମ୍ମାନ ରହିଛି।