ସମିତିସଭ୍ୟାଙ୍କ ସ୍ୱାମୀଙ୍କୁ ଗୁଳି କରି ହତ୍ୟା, ତଦନ୍ତ କରୁଛି ପୁଲିସ

ସଇଁନ୍ତଲା,ଏନ୍ଏନ୍ଏସ୍: ସମିତିସଭ୍ୟାଙ୍କ ସ୍ୱାମୀଙ୍କୁ ଗୁଳିମାଡ଼। ବଲାଙ୍ଗିର ଜିଲ୍ଲା ବେଳପଡା ବ୍ଲକ୍ ଅନ୍ତର୍ଗତ ବାଗଡୋର ପଞ୍ଚାୟତ ସମିତିସଭ୍ୟା ବନିତା ବିଶ୍ୱାଳଙ୍କ ସ୍ୱାମୀ ଲୋକନାଥ ବିଶ୍ୱାଳଙ୍କୁ ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି। ଡିଲକ୍ସ ଗାଡ଼ିରେ ୩ ଜଣ ଦୁର୍ବୃତ୍ତ ଆସି ତାଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇ ଫେରାର ହୋଇଯାଇଛନ୍ତି।

husband & wife

ତାଙ୍କ ଛାତିରେ ୩ଟି ଗୁଳି ବାଜିଥିବା ସୂଚନା ମିଳିଛି। ତାଙ୍କୁ ଡାକ୍ତରଖାନା ନିଆଯାଇ ପ୍ରାଥମିକ ଚିକିତ୍ସା କରାଯିବା ପରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଘଟଣା ସମ୍ପର୍କରେ ପୁଲିସ ତଦନ୍ତ କରୁଥିବା ଜଣାପଡିଛି। ଏନେଇ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି।