କାଠ ଫାଳିଆରେ ପିଟିପିଟି ହତ୍ୟା ପରେ ଆତ୍ମସମର୍ପଣ କଲେ ବାପ-ପୁଅ

ପାଟଣାଗଡ଼,ଏନ୍ଏନ୍ଏସ୍: ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ଥାନା ଅନ୍ତର୍ଗତ ଧଣ୍ଡାମୁଣ୍ଡା ନିକଟରେ ଥିବା କଟାପାଲି ଗ୍ରାମରେ ବୁଧବାର ସକାଳୁ ବିଭତ୍ସ ହତ୍ୟାକାଣ୍ଡ ହୋଇଥିବା ଜଣାଯାଇଛି। ସୂଚନା ଅନଯାୟୀ ଉକ୍ତ ଗ୍ରାମର ନିତ୍ୟାନନ୍ଦ ପୁଟେଲ ଓ କ୍ଷମାନିଧି ପୁଟେଲଙ୍କ ପରିବାର ମଧ୍ୟରେ ଦିର୍ଘଦିନ ହେବ ଘରବାଡିକୁ ନେଇ ବିବାଦ ରହିଥିଲା। ଏହି ଘଟଣାକୁ ନେଇ ବୁଧବାର ସକାଳୁ ନିତ୍ୟାନନ୍ଦ ଶୌଚ ହେବା ପାଇଁ ନିିକଟରେ ଥିବା ସୁରମା ଖୁଦାନ ପୋଖରୀକୁ ଯାଇଥିବା ସମୟରେ କ୍ଷମାନିଧି ପୁଟେଲ ଓ ତାର ନାବାଳକ ପୁଅ ଏକ କାଠରେ ଆକ୍ରମଣ କରି ତାକୁ ହତ୍ୟା କରିଥିବା ଜଣାଯାଇଛି।

ଘଟଣା ପରେ ହତ୍ୟାକରୀ କ୍ଷମାନିଧି ଓ ତାର ପୁଅ ଖପ୍ରାଖୋଲ ଥାନାରେ ଆତ୍ମସମର୍ପଣ କରିଛନ୍ତି। ଘଟଣାର ଖବରପାଇ ଖପ୍ରାଖୋଲ ପୁଲିସ ଏକ ମାମଲା ରୁଜୁ କରି କେସ ନଂ-୧୯୧/୧୯ ଭାରତୀୟ ପିଙ୍ଗଳ କୋଡ୍ର ୩୦୨/୩୪ ଆଇପିସି ଧାରାରେ ଏକ ମକଦ୍ଦମା ରୁଜୁ କରି ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିଛି।

ସେହିପରି ଅଧିକ ତଦନ୍ତ ପାଇଁ ସନ୍ଧାନୀ କୁକୁର ସହ ସାଇଣ୍ଟିଫିକ ଟିମ୍, ପାଟଣାଗଡ଼ ଏସଡିପିଓ ସୁରେଶ ନାଏକ, ଖପ୍ରାଖୋଲ ଥାନା ଅଧିକାରୀ ଜ୍ୟୋତିରଞ୍ଜନ ପତି ଘଟଣାସ୍ଥଳରେ ପହଞ୍ଚିଛନ୍ତି।