ବାରିପଦା,ଏନ୍ଏନ୍ଏସ୍: ବାଲି ଚାଲାଣକୁ ବିରୋଧ କରିବାରୁ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହେଉଛି। ତେବେ ଏହା ପଛରେ ବାଲି ମାଫିଆଙ୍କ ହାତ ଥିବା କୁହାଯାଉଛି। ମୟୁରଭଞ୍ଜ ରାସଗୋବିନ୍ଦପୁର ଥାନା ରାମଚନ୍ଦ୍ରପୁର ଗାଁ’ରେ ଏଭଳି ଘଟଣା ଘଟିଛି । ଜେସିବି ବକେଟରେ ଚାପି ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରିଇଥିବା ଅଭିଯୋଗ ହୋଇଛି।
ଗତକାଲି ବିଳମ୍ବିତ ରାତିରେ ବାଲିମାଫିଆମାନେ ଜମ୍ଭିରା ନଦୀରୁ ବାଲି ନେଇ ରାମଚନ୍ଦ୍ରପୁର ଗାଁ ଦେଇ ଦିନ ରାତି ବାଲି ଚାଲାଣ କରୁଥିଲେ। ତେବେ ତା’କୁ ମିଣ୍ଟୁ ତରେଇ ବିରୋଧ କରିବାରୁ ତାଙ୍କୁ ଜେସିବି ବକେଟରେ ଚାପି ବାଲିମାଫିଆମାନେ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ହତ୍ୟାକାରୀଙ୍କୁ ଗିରଫ ସହ ମୃତ ଯୁବକଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ଦେବାକେୁ ଅମରଦାରୋଡ-ଚିତ୍ରଡା ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି ଗାଁ ଲୋକେ । ଘଟଣା ସ୍ଥଳରେ ରାସଗୋବିନ୍ଦପୁର ପୁଲିସ ଓ ତହସିଲଦାର ପହଞ୍ଚି ତଦନ୍ତ ଆରମ୍ଭ କରିଛି।