ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କରୋନାର ସ୍ଥିତି ନେଇ ସମୀକ୍ଷା କରିଛନ୍ତି। ସେ କହିଛନ୍ତି, ‘ପରିସଂଖ୍ୟାନ ଦୃଷ୍ଟିରୁ ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଛି । ଏହା ଏକ ଶୁଭ ଲକ୍ଷଣ ।’ କରୋନା ମୁକାବିଲା ଲାଗି ଯେଉଁମାନେ ଭଲ କାମ କରୁଛନ୍ତି ସେମାନଙ୍କୁ ସାବାସୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଅଭ୍ୟାସଗତ ଅପରାଧୀଙ୍କୁ ସାବାଡ଼ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ଅତ୍ୟାବଶ୍ୟକ ସାମଗ୍ରୀର ପରିବହନ ଜାରି ରହିବ ବୋଲି ସେ କହିଛନ୍ତି। ସେପଟେ ଲକଡାଉନ ସମୟରେ ଘରୋଇ ହିଂସା ରୋକିବାକୁ କମିଶନରେଟ୍ ପୁଲିସ ନେଇଛି ବଡ ପଦକ୍ଷେପ । ମହିଳାଙ୍କ ପାଇଁ ସବୁ ଥାନାରେ ଜାରି ହେବ ସ୍ୱତନ୍ତ୍ର ନମ୍ବର । ନିର୍ଯାତନା ନେଇ ମହିଳା ଫୋନ କଲେ ଘରକୁ ଯିବ ପୁଲିସ୍ । ପ୍ରଥମେ କାଉନସେଲିଂ କରାଯିବ । ସମାଧାନ ନହେଲେ ମାମଲା ରୁଜୁ ହେବ। ଏ ନେଇ ଡିସିପି ଅନୁପ ସାହୁ ସୂଚନା ଦେଇଛନ୍ତି । ଲକଡାଉନ୍ ସମୟରେ ଘରୋଇ ହିଂସା ଉପରେ କଡ଼ା ନଜର ରଖିବାକୁ ପୁଲିସ୍ ମହାନିର୍ଦେଶକଙ୍କୁ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।