ପୁଲିସ ଗୁଳିରେ ଅପହରଣକାରୀର ମୃତ୍ୟୁ, ଶିଶିମାନେ ସୁରକ୍ଷିତ ଦେଶ- ବିଦେଶ By Nitidin On Jan 31, 2020 Share ଫାରୁକବାଦ,ଏଜେନ୍ସି: ଉତ୍ତରପ୍ରଦେଶର ଫରୁକାବାଦ ଜିଲ୍ଲାରେ ଜଣେ ଦୁର୍ବୃତ୍ତ ଗୁରୁବାର ଅପରାହ୍ନରୁ ପ୍ରାୟ ୨୩ଜଣ ଶିଶୁଙ୍କୁ ଏକ ଘରେ ବନ୍ଦ କରି ରଖିଥିବା ଘଟଣାରେ ପୁଲିସକୁ ବଡ଼ ସଫଳତା ମିଳିଛି । ପୁଲିସ ୨୩ଜଣ ଶିଶୁଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ସହ ଉକ୍ତ ଅପହରଣକାରୀକୁ ଗୁଳି କରିଛି। ଏଥିସହ ଏହି ରେସକ୍ୟୁ ଅପରେସନରେ ସାମିଲ ଥିବା ପୁଲିସଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଛି। ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ଏହି ପୁରସ୍କାର ଘୋଷଣା କରାଯାଇଛି। ସୂଚନା ଅନୁସାରେ, ସୁଭାଷ ନାମକ ଜଣେ ଦୁର୍ବୃତ୍ତ ଗୁରୁବାର ଅପରାହ୍ନରେ ଝିଅର ଜନ୍ମ ଦିନ ବାହାନାରେ ଗାଁର ପିଲାମାନଙ୍କୁ ନିଜ ଘରକୁ ଡାକିଥିଲା । ସବୁ ଶିଶୁ ଦ୍ବିପ୍ରହର ୨ଟା ୩୦ ସୁଦ୍ଧା ଘରେ ପହଞ୍ଚିଥିଲେ । ଏହାପରେ ସେ ଭିତର ପଟୁ କବାଟ ବନ୍ଦ କରିଥିଲା। ପ୍ରାୟ ୪ଟା ୩୦ ମିନିଟ ସମୟରେ ଜଣେ ମହିଳା ନିଜର ପିଲାକୁ ଆଣିବା ପାଇଁ ସୁଭାଷଙ୍କ ଘରେ ପହଞ୍ଚିବା ପରେ ଜାଣିବାକୁ ପାଇଥିଲେ ଯେ ଭିତରେ ପିଲାମାନେ ବନ୍ଧକ ଅବସ୍ଥାରେ ଅଛନ୍ତି । ମହିଳା ଜଣଙ୍କ ଏନେଇ ତୁରନ୍ତ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା, କିନ୍ତୁ ଅପରାଧୀ ସୁବାସ ଆଗରେ ସୁରକ୍ଷାକର୍ମୀ ଉପାୟଶୂନ୍ୟ ହୋଇଥିଲେ । ସେ ଘର ଭିତରୁ ଦେଶୀ ବୋମ ଏବଂ ବନ୍ଧୁକକୁ ଫାଏରିଂ କରିବା ଆରମ୍ଭ କରିଥିଲା । ଏକ ବୋମା ବିସ୍ଫୋରଣରେ ପାଖରେ। ଥିବା କାନ୍ଥ ଭୁଶୁଡ଼ି ଦୁଇ ଜଣ ପୁଲିସକର୍ମୀ ଆହତ ମଧ୍ୟ ହୋଇଥିଲେ । Share