ମୁମ୍ବାଇରେ ଚାଞ୍ଚଲ୍ୟ : ଯୁବକଙ୍କୁ ଅପହରଣ କରି ଦୁଷ୍କର୍ମ କଲେ ୪ ଯୁବକ !

ମୁମ୍ବାଇ: ଚଳନ୍ତା ଗାଡ଼ିରେ ଜଣେ ୨୨ବର୍ଷୀୟ ଯୁବକ ଦୁଷ୍କର୍ମର ଶିକାର ହେବା ଘଟଣା ଏବେ ଚାରିଆଡ଼େ ଚାଞ୍ଚଲ୍ୟ ଖେଳାଇ ଦେଇଛି। ୪ଜଣ ଅଭିଯୁକ୍ତ ପୀଡ଼ିତଙ୍କ ଇନଷ୍ଟା ପୋଷ୍ଟ ଜରିଆରେ ତାଙ୍କୁ ଠାବ କରିବା ସହ ମିଛ କହି ତାଙ୍କୁ ଗାଡ଼ିରେ ବସାଇଥିଲେ। ଏହା ପରେ କାର ଭିତରେ ୪ଜଣ ମିଶି ପୀଡ଼ିତଙ୍କ ସହ ଦୁଷ୍କର୍ମ କରିବା ସହ ରାସ୍ତା କଡ଼ରେ ଫିଙ୍ଗିଦେଇଥିଲେ। ଫିଙ୍ଗିବା ପୂର୍ବରୁ ପୀଡ଼ିତଙ୍କ ପାଖରେ ଥିବା ୨,୦୦୦ଟଙ୍କା ନେବା ସହ ତାଙ୍କ ପାଖରେ ଥିବା କ୍ରେଡିଟ୍ କାର୍ଡ ଜରିଆରେ ନିଜ କାରରେ ପେଟ୍ରୋଲ ପକାଇଥିଲେ ବୋଲି ସୂଚନା ମିଳିଛି। ଘଟଣା ସଂପର୍କରେ ଅଭିଯୋଗ ହେବା ପରେ ପୁଲିସ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।