ଟଙ୍କା ଆଗରେ ତୁଚ୍ଛ ହେଲା ସମ୍ପର୍କ : ଭାଇର ମୁହଁକୁ ବି ଚାହିଁଲାନି ଭାଇ

ଜୟପୁର : ଭାଇକୁ ଅପରହଣ କରି ୨୯ ହଜାର ଟଙ୍କାରେ ବିକ୍ରି କରିଥିବା ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ । ଗଞ୍ଜେଇ ଦେବି କହି ୨୯ ହଜାର ଟଙ୍କାରେ ଭାଇ ଭାଇକୁ ବିକ୍ରି କରିଥିବା ଘଟଣା ଜିଲାରେ ଚହଳ ସୃଷ୍ଟି କରିଛି । ଏହି ଘଟଣା ପୁଲିସ ନିକଟରେ ପହଂଚିବା ପରେ ଖୁଲାସା କରି ୪ ଜଣକୁ ଗିରଫ ହୋଇଛନ୍ତି ।

ଏନେଇ ଅଭିଯୋଗ ପୁଲିସ ନିକଟରେ ପହଂଚିବା ପରେ ଏ ସଂକ୍ରାନ୍ତରେ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଆରମ୍ଭ କରଥିଲା । ଭାଇକୁ କୋରାପୁଟ ପରେ ଜୟପୁରରେ ବନ୍ଧକ ରଖିଥିଲା ଭାଇ । ଟଙ୍କା ପାଇଁ ଏପରି କାଣ୍ଡ ଘଟାଇଥିଲା ଭାଇ । ଟଙ୍କା ଆଗରେ ତୁଚ୍ଛ ହେଲା ସମ୍ପର୍କ । ଭାଇର ମୁହଁକୁ ବି ଚାହିଁଲାନି ଭାଇ । ୨୯ ହଜାର ଟଙ୍କା ପାଇଁ ନିଜ ଭାଇକୁ ବନ୍ଧା ପକାଇଦେଲା ଭାଇ । ଶେଷରେ ୪୮ ଘଂଟାର ଜୀବନ ମରଣ ସହିତ ସଂଘର୍ଷ ପରେ ଅପହରଣକାରୀଙ୍କ କବଳରୁ ଖସି ଆସିଛି ଭାଇ । କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ ଦେଉଳଗୁଡାର ରମଣୀ ଅମାନତ୍ୟ । ମାତ୍ର ୨୯ ହଜାର ଟଙ୍କାରେ ଲୋଭରେ ଏହି ଯୁବକକୁ ତାଙ୍କ ଭାଇ ଦେବ ନାୟକ ୫ ଜଣ ଯୁବକଙ୍କ ପାଖରେ ବନ୍ଧକ ରଖିଥିଲେ ।

୪୮ ଘଂଟା ଅପରହଣକାରୀଙ୍କ ସହ ରହି ଜୀବନ ମରଣ ସହ ସଂଘର୍ଷ ପରେ ରମଣୀ କୈାଶଳ କ୍ରମେ ସେମାନଙ୍କ କବଳରୁ ଖସି ଆସି ଏହି ବିସ୍ଫୋରକ ବୟାନ ଦେଇଛନ୍ତି । ରମଣୀକୁ ଯେଉଁ ମାନେ ଅପହରଣକାରୀଙ୍କ ହାତରେ ୨୯ ହଜାର ଟଙ୍କାରେ ଟେକି ଦେଇଥିଲେ ସେମାନେ ହେଲେ ରମଣୀଙ୍କ ମାମୁଁ ପୁଅ ଭାଇ ଦେବ ନାୟକ ଏବଂ ତାଙ୍କ ସହଯୋଗୀ ଲିପଟ୍ ଖରା । ତେବେ ଭାଇ ଯେ ଏପରି କାମ ଟଙ୍କା ପାଇଁ କରିବ ଏହାକୁ ବିଶ୍ୱାସ କରିପାରୁନାହାଁନ୍ତି ରମଣି । ରମଣୀକୁ ବଳି ପାଇଁ ବିକ୍ରି କରାଯାଇଛି ବୋଲି ପରିବାର ଲୋକେ ପୁଲିସ ନିକଟରେ ଅଭିଯୋଗ କରିଛନ୍ତି । ମଙ୍ଗଳବାର ବୋରିଗୁମ୍ମାସ୍ଥିତ ଏସଡିପିଓ କାର୍ୟ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନିରେ ପୁଲିସ ଏହି ଘଟଣାର ଖୁଲାସା କରିଛି । ମାମଲାରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ପଦଲାମ ଅମାନତ୍ୟ, ଦେବ ନାୟକ, ଶଙ୍କର ନାୟକ, ଲିଫ୍ଟନ ଖୋରା ।