ବଡ଼ ପରଦାରେ ରିଲିଜ ହେବ କିୟାରାଙ୍କା ଫିଲ୍ମ ‘ଇନ୍ଦୁ କି ଯବାନୀ’

ମୁମ୍ବାଇ: କରୋନା ଯୋଗୁ ଦୀର୍ଘ ଦିନରୁ ବନ୍ଦ ଥିବା ସିନେମା ଘର ଏବେ ଖୋଲି ଯାଇଛି। ସେଥିପାଇଁ ଏବେ ଫିଲ୍ମ ଅନଲାଇନ ନୁହେଁ ବରଂ ସିନେମା ଘରେ ରିଲିଜ ହେବ। ଅଭିନେତ୍ରୀ କିୟାରା ଆଡଭାନୀଙ୍କ ଆଗାମୀ ଫିଲ୍ମ ‘ଇନ୍ଦୁ କି ଯବାନୀ’ ଚଳିତ ବର୍ଷ ଡିସେମ୍ବର ୧୧ରେ ବଡ଼ ପରଦାରେ ରିଲିଜ ହେବାକୁ ଯାଉଛି।

କିୟାରାଙ୍କା ଫିଲ୍ମ ‘ଇନ୍ଦୁ କି ଯବାନୀ’ର ନିର୍ଦ୍ଦେଶନା ଭାର ଅବୀର ସେନଗୁପ୍ତା ସମ୍ଭାଳିଛନ୍ତି। ଏହି ଫିଲ୍ମ ପୂର୍ବରୁ ଅକ୍ଷୟଙ୍କ ସହ କିୟାରାଙ୍କା ଫିଲ୍ମ ‘ଲକ୍ଷ୍ମୀ’ ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇଥିଲା। ତେବେ ଦେଖିବାକୁ ବାକି ରହିଲା କରୋନା ସଂକ୍ରମଣା ମଧ୍ୟରେ ଏହି ଫିଲ୍ମ ସିନେମା ଘରେ କେମିତି ପ୍ରଦର୍ଶନ କରୁଛି।