କିୟାରାଙ୍କ ଫଟୋ ଭାଇରାଲ୍

ଫିଲ୍ମ ‘କବିର ସିଂ’ରେ ପ୍ରିତି ଭୂମିକାରେ ଅଭିନୟ କରି ଲୋକମାନଙ୍କ ହୃଦୟ ଜିଣିଥିବା କିୟାରାଆଡ଼ଭାନି ତାଙ୍କ ନୂଆ ଫଟୋକୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି। ଏହି ଫଟୋରେ ସେ ଏକ ଡିଜାଇନର ଡ୍ରେସ୍‌ରେ ନଜର ଆସୁଛନ୍ତି। କିନ୍ତୁ ତାଙ୍କ ଏହି ଡ୍ରେସ୍‌କୁ ନେଇ ଲୋକମାନେ କମେଣ୍ଟ କରିବା ଆରମ୍ଭ କରିଦେଲେଣି। ଏବେ ସୋସିଆଲ ମିଡ଼ିଆରେ ଏହି ଫଟୋ  ଖୁବ୍ ଭାଇରାଲ ହେଉଛି ଓ ଲୋକମାନେ କିୟାରାଙ୍କୁ ଟ୍ରୋଲ କରୁଛନ୍ତି।

କିୟାରା ଆଡ଼ଭାନି ନିଜେ ଇନ୍‌ଷ୍ଟାଗ୍ରାମରେ ଏହି ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ସେ ହଳଦିଆ ରଙ୍ଗର ଫେଜର ଫେବରିକ ବାଲା ଅଫ୍ ସୋଲଡର ଡ୍ରେସ ପ୍ଲାଣ୍ଟ କରିଛନ୍ତି। କିନ୍ତୁ ତାଙ୍କର କିଛି ଫଲୋଅର୍ସଙ୍କ ଡ୍ରେସ୍‌ ପସନ୍ଦ ଆସିନାହିଁ ଓ ଅଜବ କମେଣ୍ଟ ଲେଖିବା ଆରମ୍ଭ କରିଦେଇଛନ୍ତି। ଲୋକମାନେକିୟାରାଙ୍କୁ ମ୍ୟାଗି ନୁଡ଼ଲସ ସହିତ ତୁଳନା କରୁଛନ୍ତି। ୱାର୍କଫ୍ରଣ୍ଟରେ ନିକଟରେ କିୟାରା ଅକ୍ଷୟ କୁମାରଙ୍କ ସହିତ ଆଗାମୀ ଫିଲ୍ମ ‘ଲକ୍ଷ୍ମୀ ବମ୍’ର ସୁଟିଂ ଆରମ୍ଭ କରିଛନ୍ତି। ଏହା ବ୍ୟତୀତ ଅକ୍ଷୟ କୁମାର, କରିନା କପୁର ଅଭିନୀତ ‘ଗୁଡ଼ ନ୍ୟୁଜ’ରେ ମଧ୍ୟ ନଜର ଆସିବେ। ଫିଲ୍ମରେ କିୟାରାଙ୍କ ସହିତ ଦିଲଜିତ ଦୋସାଂଝା ଅଛନ୍ତି।