ଖୋର୍ଦ୍ଧା ଗ୍ରାମ୍ୟ ବାଙ୍କ ଲୁଟ୍ ଅଭିଯୋଗ

ଖୋର୍ଦ୍ଧା,ଏନ୍ଏନ୍ଏସ୍: ଜଙ୍କିଆ ଥାନା ସିକୋ ଗାଁରେ ଗ୍ରାମ୍ୟ ବ୍ୟାଙ୍କରୁ ଲୁଟ ହୋଇଥିବା ଅଭିଯୋଗ ହୋଇଛି। ତେବେ ଲୁଟ୍‌ର ପରିମାଣ ଜଣାପଡ଼ିନଥିବା ବେଳେ ବ୍ୟାଙ୍କର ଗ୍ରିଲ୍‌ କାଟି ଲକର ଭଙ୍ଗା ଯାଇଥିବା ଦେଖାଯାଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁସାରେ ଶୁକ୍ରବାର ବିଳମ୍ବିତ ରାତ୍ରିରେ ବ୍ୟାଙ୍କର ପଛପଟ ଗ୍ରିଲ୍‌ କାଟି ଭିତରକୁ ପଶିଥିବାବେଳେ ଲକରର ତାଲା କାଟି ଲୁଟ କରିଛନ୍ତି। ଅନ୍ୟପଟେ ଲୁଟ୍‌ର ପରିମାଣ ଜଣାପଡ଼ିନାହିଁ। ଘଟଣାସ୍ଥଳରେ ଖୋର୍ଦ୍ଧା ଏସପି, ଜଙ୍କିଆ ପୁଲିସ ଓ ସାଇନ୍ଟିଫିକ ଟିମ ପହଞ୍ଚି ତଦନ୍ତ ଜାରି ରଖିଛି।